Latest Odisha News

BREAKING NEWS

ଆଉ ନାହାନ୍ତି ଯାତ୍ରା କମେଡିଆନ୍ ରବି ଶତପଥୀ

ଜଗତସିଂହପୁର: ଆଉ ନାହାନ୍ତି ଘରେ ଘରେ ପରିଚିତ ଓଡିଆ ଯାତ୍ରା କଳାକାର ତଥା କମେଡିଆନ୍ ରବି ଶତପଥୀ। ଜଗତସିଂହପୁର ଜିଲ୍ଲାର ଏହି ନାମକରା ଓଡିଆ ଯାତ୍ରା କଳାକାରଙ୍କର ଶୁକ୍ରବାର ଦିନ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ରବି ଶତପଥୀ ଷ୍ଟେଜ୍ 4 ଫୁସ୍ଫୁସ୍ କ୍ୟାନସରରେ ପୀଡ଼ିତ ଥିଲେ। ଆଜି ସନ୍ଧ୍ୟାରେ କୁଜଙ୍ଗା ବ୍ଲକ ଅନ୍ତର୍ଗତ କଳାଦୀପ ଗ୍ରାମରେ ଥିବା ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜଣେ ହାସ୍ୟ ଅଭିନେତା ଭାବେ ରବି ଶତପଥୀ 500ରୁ ଅଧିକ ଯାତ୍ରା ଧାରାବାହିକରେ ଅଭିନୟ କରିଥିଲେ। ରବି ଶତପଥୀଙ୍କ ବିୟୋଗରେ ଯାତ୍ରା କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ରବି ଶତପଥୀଙ୍କ ପରଲୋକରେ ଅନେକ ନାଟ୍ୟ କଳାକାର ଶୋକ ପ୍ରକାଶ କରିଛନ୍ତି।

Comments are closed.