Latest Odisha News

BREAKING NEWS

ଭୁଶୁଡି ପଡ଼ିଲା ନିର୍ମାଣାଧୀନ ଷ୍ଟାଡିୟମ ଛାତ: ୩ ମୃତ

ହାଇଦ୍ରାବାଦ: ତେଲଙ୍ଗାନରେ ଅଘଟଣ ।  ଏକ ନିର୍ମାଣାଧୀନ ଛାତ ଭୁଶୁଡି ପଡି ୩ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ରଙ୍ଗାରେଡି ଜିଲ୍ଲାର ମୋଇନାବାଦ ଗାଁରେ ଘଟିଛି ଏହି ଦୁର୍ଘଟଣା ।

ଏଠାରେ ଏକ ଇଡଡୋର ଷ୍ଟାଡିୟମର ନିର୍ମାଣ କାମ ଚାଲିଥିଲା । ନିର୍ମାଣାଧୀନ ଷ୍ଟାଡିୟମର କାମ ଚାଲିଥିବାବେଳେ ଏହା ଭଶୁଡି ପଡିଛି । ଉଦ୍ଧାରକାରୀ ଟିମ ପହଞ୍ଚି ଧ୍ୱଂସସ୍ତୁପ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କାମ  ଚଲାଇଛନ୍ତି ।

ରାଜେନ୍ଦ୍ରନଗର ଡିସିପି ଜଗଦେଶ୍ୱର ରେଡ୍ଡିଙ୍କ କହିବାନୁସାରେ, ନିର୍ମାଣାଧୀନ ଘରୋଇ ଇନଡୋର ଷ୍ଟାଡିୟମ ଛାତ ଭାଙ୍ଗି ଯିବାରୁ ୧୦ ଜଣ ଧ୍ୱଂସସ୍ତୁପ ତଳେ ଚାପି ହୋଇ ରହିଛନ୍ତି ।  ୩ ଜଣଙ୍କ ଶବକୁ ଉଦ୍ଧାର କରାଯାଇଛି । ଉଦ୍ଧାରକାରୀ ଟିମ ଆବର୍ଜନା ସଫା କରୁଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments are closed.