Latest Odisha News

BREAKING NEWS

ବିଧାନସଭାର ଶୀତକାଳୀନ ଅଧିବେଶନ: ଶୋକପ୍ରସ୍ତାବ ପରେ ଆସନ୍ତାକାଲି ଯାଏ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ଶୋକପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ନେତା ମହେଶ୍ୱର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଆଣିବା ପରେ ବିରୋଧୀ ଏହାକୁ ସମର୍ଥନ କରିଥିଲେ ।କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହାକୁ ସମର୍ଥନ ଜଣାଇଥିଲେ । ପରେ ଏକ ମିନିଟ ପାଇଁ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହି ଅବସରରେ କୋଶଳୀ ଭାଷାରେ ବିବୃତ୍ତି ରଖିଲେ ନରସିଂହ ମିଶ୍ର । ଓଡ଼ିଆ ଓ କୋଶଳୀ ଭାଷାରେ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହା ପରେ ଆସନ୍ତାକାଲି ଦିନ ୧୦ଟା ୩୦ଯାଏ ଗୃହକୁ ମୁଲତବି ରଖା ଯାଇଥିଲା ।

ସୂଚନାଥାଉ କି, ଆଜିଠାରୁ ବିଧାନସଭାର ଶୀତକାଳିନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅଧିବେଶନରେ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ । ଆଜି ବିଧାନସଭା ଆରମ୍ଭ ହେବା ପୂର୍ବରୁ ପ୍ରଥମେ ଉପ ବାଚସ୍ପତି ନିର୍ବାଚନ ହୋଇଥିଲା ଏବଂ ସାଲୁଗା ପ୍ରଧାନ ଉପବାଚସ୍ପତି ଭବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।

Comments are closed.