Latest Odisha News

ଆସନ୍ତା ଡିସେମ୍ବର ୧ରେ କୋଣାର୍କ ମହୋତ୍ସବ, ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ

ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ନିକଟ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ସବୁ ବର୍ଷ ପରି ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଚଳିତବର୍ଷ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କୋଣାର୍କ ଉତ୍ସବ। ଏହାସହିତ ଚନ୍ଦ୍ରଭାଗା ବେଳାଭୂମିରେ ମଧ୍ୟ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ।

ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବାଲୁକା କାଳା ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ବ ହୋଇଛି । ଏଥି ନିମନ୍ତେ ଆଜି ଯାତ୍ରୀ ନିବାସରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠୀତ ପ୍ରସ୍ତୁତି ବୈଠକରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବଙ୍କ ସମେତ ଆନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି ଓ ବିଶିଷ୍ଠ ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ସହ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ପ୍ରମୁଖ ଯୋଗ ଦେଇଥିଲେ।

୧୯୮୯ ମସିହାରୁ ଲଗାତାର ଭାବେ କୋଣାର୍କ ଉତ୍ସବ ଆୟୋଜିତ ହେଉଛି । ଏହା ଏପରି ଏକ ମୁକ୍ତାକାଶ ମଞ୍ଚ, ଯାହା ଓଡ଼ିଶାର କଳା, ନୃତ୍ୟ ଓ ସଂଗୀତକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି । ସୂର୍ଯ୍ୟ ମନ୍ଦିର କୋଳରେ ମୁକ୍ତାକାଶ ତଳେ ଶୀତୁଆ ରାତିରେ କୋଣାର୍କ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟର ସ୍ପର୍ଶ ପାଇବା ପାଇଁ ଦର୍ଶକ ଓ ପର୍ଯ୍ୟଟକ ଉତ୍ସାହର ସହ ଅପେକ୍ଷା କରିଥା’ନ୍ତି । ସେହିପରି ଚନ୍ଦ୍ରଭାଗା ସମୁଦ୍ର କୂଳରେ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଦେଶ ବିଦେଶୀରୁ ବହୁ ଶିଳ୍ପୀ ଏଠାରେ ନିଜର ପ୍ରତିଭା ଦେଖାଇଥାନ୍ତି ।

 

Comments are closed.