Latest Odisha News

BREAKING NEWS

ପାରାଦୀପ ପୋର୍ଟ ୱେଷ୍ଟର୍ଣ୍ଣ ଡକ୍ ନିମନ୍ତେ ନବୀନ ଜିନ୍ଦଲଙ୍କ ଭୂମିପୂଜନ

ପାରାଦୀପ: ପାରାଦୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ଦ୍ବାରା ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ ହାରନାଧ (ଆଇଆରଟିଏସ) ଏବଂ ବନ୍ଦରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଗତ ବର୍ଷ ପାରାଦୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍ ରେ ୨୫ ନିୟୁତ ଟନ କ୍ଷମତା ଡ୍ରାଏ ବଲ୍କ କାର୍ଗୋ ଟର୍ମିନାଲ୍ ନିର୍ମାଣ ପାଇଁ ଜେଏସପି ନେତୃତ୍ୱାଧୀନ କନ୍ସୋର୍ଟିୟମ୍ ଯୋଗ୍ୟ ବିବେଚିତ ହୋଇଥିଲା। ଏହି ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏବଂ ଜିନ୍ଦଲ ପୋର୍ଟ ପ୍ରାଇଭେଟ ଦ୍ୱାରା ଜିନ୍ଦଲ ପାରାଦୀପ ପୋର୍ଟ ଲିମିଟେଡ (ଜେପିପିଏଲ) ନାମରେ ଏକ ଏସପିଭି ଗଠନ କରାଯାଇଛି। ୱେଷ୍ଟର୍ଣ୍ଣ ଡକ୍ ର ବିକାଶ ପାଇଁ ଭିତ୍ତି ପ୍ରସ୍ତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଅକ୍ଟୋବର ୧୭, ୨୦୨୩ରେ ମୁମ୍ବାଇରେ ଅନୁଷ୍ଠିତ ଗ୍ଲୋବାଲ୍ ମାରିଟାଇମ୍ ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣ ସମୟରେ ସ୍ଥାପନ କରାଯାଇଥିଲା।

ଏହି ଅବସରରେ ଶ୍ରୀ ଜିନ୍ଦଲ କହିଥିଲେ ଯେ, “ନୂତନ ୱେଷ୍ଟର୍ଣ୍ଣ ଡକ୍ ସବୁଠାରୁ ଆଧୁନିକ ଟର୍ମିନାଲ୍ ଭାବରେ ବିକଶିତ ହେବ ଏବଂ ଓଡିଶାର ବୃହତ ଶିଳ୍ପଗୁଡିକର ବର୍ତ୍ତମାନ ଏବଂ ବିସ୍ତାର କ୍ଷମତାକୁ ବହୁଗୁଣିତ କରିବ। ଏହା ଓଡ଼ିଶାରେ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ରୋଜଗାର ଅଭିବୃଦ୍ଧିରେ ଉଲ୍ଲେଖନୀୟ ଯୋଗଦାନ କରିବ ବୋଲି ଆଶା କରାଯାଉଛି।” ପାରାଦୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍ ର ବିକାଶ ପାଇଁ ଜେପିପିଏଲ ପ୍ରାୟ ୩,୪୦୦ କୋଟି ଟଙ୍କା ବିନିଯୋଗ କରିବ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ୧୨.୫ ଏମଟିପିଏ ସହ ୨୦୨୫ ପ୍ରାରମ୍ଭରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।

ଏହି ପ୍ରକଳ୍ପରେ ପାଞ୍ଚଟି ବର୍ଥ ନିର୍ମାଣ, ୧୭ ନିୟୁତ କ୍ୟୁବିକ୍ ମିଟର କାପିଟାଲ ଡ୍ରେଜିଂ, ୨୫ କିଲୋମିଟର ରେଳ ଟ୍ରାକ୍ ସ୍ଥାପନ, ପାଞ୍ଚଟି ଉଚ୍ଚ କ୍ଷମତା ସମ୍ପନ୍ନ ଜାହାଜ ଅନଲୋଡର୍, ବଲ୍କ କାର୍ଗୋ ପରିଚାଳନା ପାଇଁ ଛ’ଟି ଷ୍ଟାକର୍ ରିକ୍ଲେମର୍ ମେସିନ୍ ସ୍ଥାପନ, ୧୪ କିଲୋମିଟର ଦକ୍ଷ କନଭେୟର ସିଷ୍ଟମ୍, ରେଳ ୱାଗନରେ କୋଇଲା ଲୋଡ୍ କରିବା ପାଇଁ ପ୍ରତ୍ୟେକ ୪୦୦୦ ଟନ୍ କ୍ଷମତା ବିଶିଷ୍ଟ ଦୁଇଟି ସାଇଲୋ, ରେଳ ୱାଗନରେ ଚୂନ ପଥର ଲୋଡ୍ କରିବା ପାଇଁ ଦୁଇଟି ଯାନ୍ତ୍ରିକ ୱାଗନ୍ ଲୋଡର୍ ଏବଂ ଇସ୍ପାତ କାର୍ଗୋ ପରିଚାଳନା ପାଇଁ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ୱେଷ୍ଟର୍ଣ୍ଣ ଡକ୍ ପ୍ରୋଜେକ୍ଟର କ୍ଷମତା ହେଉଛି ବାର୍ଷିକ ୨୫ ନିୟୁତ ଟନ୍ । ଦକ୍ଷ କାର୍ଗୋ ହ୍ୟାଣ୍ଡଲିଂ ପରିଚାଳନା ସହିତ ଏହାର କ୍ଷମତାକୁ ବାର୍ଷିକ ୩୦ ନିୟୁତ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ।

Comments are closed.