Latest Odisha News

BREAKING NEWS

ପୋଲିସକୁ ଚକମା ଦେଇ ଥାନାରୁ ଫେରାର ହେଲା ଅଭିଯୁକ୍ତ

ବଲାଙ୍ଗିର: ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଧୀନ ଟିକ୍ରାପାଡା ଫାଣ୍ଡିରେ । ଫେରାର ଅଭିଯୁକ୍ତ ଜଣଙ୍କ ହେଉଛି ଟିକ୍ରାପଡ଼ା ଗ୍ରାମର ବୁଲୁ ରାଜପାଲିଆ । ମୋବାଇଲ ଚୋରି ମାମଲାରେ ଉକ୍ତ ଅଭିଯୁକ୍ତ କୁ ଗିରଫ କରିଥିଲା ଟିକ୍ରାପଡା ପୋଲିସ ।

ସୂଚନା ମୁତାବକ, ଆଜି (ରବିବାର) ସକାଳୁ ଟିକ୍ରାପଡା ଗ୍ରାମର ତିନି ଜଣ ଯୁବତୀ ମର୍ଣ୍ଣିଂୱାକରେ ଯାଉଥିବା ସମୟରେ ବୁଲୁ ଜଣେ ଯୁବତୀଙ୍କ ଠାରୁ ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରୁଥିଲା । ଯୁବତୀ ଜଣଙ୍କ ତାକୁ ବିରୋଧ କରିବା ସହ ଚିତ୍କାର କରିବାରୁ ସ୍ଥାନୀୟଲୋକେ ଦୌଡି ଆସି ବୁଲୁ କୁ କାବୁ କରି ପୋଲିସ ଜିମାରେ ଦେଇଥିଲେ ।

ଫାଣ୍ଡିରେ ବୁଲୁକୁ ରଖାଯାଇଥିବାର କିଛି ସମୟ ପରେ ଚମ୍ପଟ ମାରିଥିଲା ଯୁବକ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଏହାପରେ ଫାଣ୍ଡି ଅଧିକାରୀଙ୍କ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହାପରେ ବୁଲୁକୁ ଖୋଜିବା ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.