Latest Odisha News

BREAKING NEWS

ଅଭିନୟ ଛାଡିବାକୁ ଚାହୁଁଛନ୍ତି ରଣବୀର କପୁର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ ର ପ୍ରମୋସନକୁ ନେଇ ବ୍ୟସ୍ତ ଅଛନ୍ତି । ଏସବୁ ଭିତରେ ଆଗକୁ ସେ ଫିଲ୍ମ ଦୁନିଆ ଛାଡ଼ିବାକୁ ଚାହୁଁଛନ୍ତି ବୋଲି ଜଣାଇଛନ୍ତିି । କାରଣ ସେ ତାଙ୍କର ଝିଅ ରାହାଙ୍କ ସହ ମୂଲ୍ୟବାନ ମୁହୂର୍ତ୍ତ ବିତାଇବାକୁ ଚାହୁଁଛନ୍ତି ।

ହାଇଦ୍ରାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ରଣବୀର କପୁର ତାଙ୍କ ଝିଅ ରାହା କପୁରଙ୍କ ଜୀବନରେ ଉପସ୍ଥିତକୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି । ସେ ତାଙ୍କ କ୍ୟାରିଅରକୁ ଶେଷ କରିବାକୁ ଏବଂ ତାଙ୍କର ସମସ୍ତ ସମୟକୁ ଝିଅ ପାଇଁ ଉତ୍ସର୍ଗ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଅଭିନେତା ରାହାଙ୍କ ଏକ ସୁନ୍ଦର ଫଟୋ ସେୟାର କରିଥିଲେ ଏବଂ ଏହାକୁ ତାଙ୍କ ଜୀବନର ସବୁଠାରୁ ଖୁସିର ଅଧ୍ୟାୟ ବୋଲି କହିଥିଲେ ।

ସେ କହିଛନ୍ତି ମୁଁ କେବଳ ତାଙ୍କ ସହ ସମୟ ବିତାଇବାକୁ ଚାହୁଁଛି । ମୁଁ ଅଭିନୟ ବନ୍ଦ କରିବାକୁ, କାମ ବନ୍ଦ କରିବାକୁ ଚାହୁଁଛି । ମୁଁ ତାହା କରିବାକୁ ଚାହୁଁଛି କିନ୍ତୁ ମୁଁ କରିପାରିବି ନାହିଁ । ମୁଁ ମଧ୍ୟ ମୋର ଆଗ୍ରହକୁ ଅନୁସରଣ କରିବାକୁ ଚାହୁଁଛି । କିନ୍ତୁ ଏହା ଅତ୍ୟନ୍ତ ଉପଭୋଗ୍ୟ । ଏହା ମୋ ଜୀବନର ସବୁଠାରୁ ବଡ ଖୁସି । ଯେତେବେଳେ ଭଗବାନ କିଛି ନେଇଯାଆନ୍ତି, ସେ ମଧ୍ୟ ତୁମକୁ କିଛି ଦିଅନ୍ତି ଏବଂ ମୁଁ ବହୁତ କୃତଜ୍ଞ ଯେ ରାହା ଆମ ଜୀବନରେ ଆସିଛିି । ତେବେ ସେ ତାଙ୍କ ସ୍ୱର୍ଗତ ପିତାଙ୍କ କଥା ମନେପକାଇବା ସହ ଝିଅ ପାଇଁ କିଛି ସମୟ ଲାଗି ଅଭିନୟରୁ ବିରତି ନେବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି ।

Comments are closed.