Latest Odisha News

ନିର୍ବାଚନ ଫଳାଫଳକୁ ନେଇ ପାକିସ୍ତାନ କ୍ରିକେଟର କନେରିୟା ପଚାରିଲେ ତାହାହେଲେ ପନୌତି କିଏ ?

ଲାହୋର: ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ ଜାରୀ ରଖି କ୍ଷମତା ହାସଲ ଅଭିମୁଖେ ଗତି କରୁଛି । ଏହି ଅବସରରେ ପାକିସ୍ତାନ କ୍ରିକେଟର ଡାନୀଶ କନେରିୟାଙ୍କ ଏକ ଟୁଇଟ ଚର୍ଚ୍ଚାର କାରଣ ସାଜିଛି । ସେ ସୋସିଆଲ ମିଡିଆରେ ପରୋକ୍ଷରେ କଂଗ୍ରେସକୁ ସମାଲୋଚନା କରି ଲେଖିଛନ୍ତି ଏବେ କୁହନ୍ତି ପନୌତି କିଏ ? ବିଧାନସଭା ନିର୍ବାଚନ ପ୍ରଚାର ଅବସରରେ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହେବା ପରେ ରାହୁଲ ଗାନ୍ଧୀ ସମାଲୋଚନା କରିଥିଲେ ।

ସେ କହିଥିଲେ ଟିମ ଇଣ୍ଡିଆ ଭଲ ଖେଳୁଥିଲା ପନୌତି ସେଠାରେ ପଂହଚି ସେମାନଙ୍କୁ ହରାଇ ଦେଇଥିଲା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜଣେ ପ୍ରଧାନମନ୍ତ୍ରୀ ବିଶ୍ୱକପ ଫାଇନାଲରେ ଉପସ୍ଥିତ ହେବା କଣ ଖରାପ ? ପ୍ରଶଂସକମାନେ କଂଗ୍ରେସର ଏହି ବୟାନକୁ ସମାଲୋଚନା ମଧ୍ୟ କରିଥିଲେ । କନେରିୟାଙ୍କ ଟୁଇଟ ଏବେ ଭାଇରାଲ ହେବାରେ ଲାଗିଛି ।

Comments are closed.