Latest Odisha News

ରାଜସ୍ଥାନ ନିର୍ବାଚନ ୨୦୨୩: ସନ୍ଧ୍ୟାରେ ଇସ୍ତଫା ଦେବେ ଗେହଲଟ

ଜୟପୁର: ରାଜସ୍ଥାନରେ ନିର୍ବାଚନ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । କଂଗ୍ରେସର ପରାଜୟ କରିବା ସହ ବିଜେପି ସ୍ପଷ୍ଟ ବହୁମତ ନେଇ ସରକାର ଗଢିବା ନିଶ୍ଚିତ ହୋଇଯାଇଛି ।  ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଇସ୍ତଫା ଦେବେ । ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ ।

ଫଳାଫଳ ସମ୍ପୂର୍ଣ୍ଣ ପ୍ରକାଶ ପାଇ ନ ଥିଲେ ହେଁ, ରାଜସ୍ଥାନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିବା ନିଶ୍ଚିତ ହୋଇ ଯାଇଛି ।ବିଜେପି ଶିବିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବାବେଳେ କଂଗ୍ରେସ ଶିବିରରେ ନୀରବି ଯାଇଛି । ଜୟପୁରରେ ବାଜାଢୋଲା ଧରି ବିଜେପି କର୍ମକର୍ତ୍ତାମାନେ ନାଚିବା ସହ ପରସ୍ପରକୁ ମିଠେଇ ଖୁଆଖୋଇ ହେଉଥିବା ଦେଖିବାକୁ ମିଳିଛି ।

ଏକ୍ଜିଟ ପୋଲରେ ୧୦ଟିରୁ ୬ଟିରେ ବିଜେପି ଜିତିବ ବୋଲି ପୂର୍ବାନୁମାନ କରିଥିଲେ  ହେଁ କ୍ଲୋଜ ଫାଇଟ ହେବ ବୋଲି କହିଥିଲେ । ହେଲେ କଂଗ୍ରେସ ସ୍ପଷ୍ଟ ବହୁମତରେ ଜିତିବ ବୋଲି ଗେହଲଟ ଦାବି କରୁଥିଲେ । ହେଲେ ରବିବାର ସକାଳୁ ଭୋଟ ଗଣନା ଆରମ୍ଭ ହେବା ପରେ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି ।

ବର୍ତ୍ତମାନ ସୁଦ୍ଧ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ବହୁ ପଛରେ ରହିଛି । ଏଠାରେ ସ୍ପଷ୍ଟ ବହୁମତ ପାଇଁ ୧୦୧ ସିଟର ଆବଶ୍ୟକତା ରହିଛି ।  ହେଲେ କଂଗ୍ରେସକୁ ମାତ୍ର ୬୯ ଆସନ ମିଳିବ ଯାହା ୨୦୧୮ ନିର୍ବାଚନ ଫଳାଫଳ ତୁଳନାରେ ଯଥେଷ୍ଟ କମ । ଅନ୍ୟପକ୍ଷେ ବିଜେପି ସ୍ପଷ୍ଟ ବହୁମତ ପାଇ ଆଗେଇ ଚାଲିଛି ।

Comments are closed.