Latest Odisha News

ଚଳନ୍ତା କାର୍ ରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, କଟିଲା ୨୩ ହଜାର ଟଙ୍କାର ଚାଲାଣ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ବର୍ତ୍ତମାନ ଇନଷ୍ଟା ହଉ କି ଫେସବୁକ ରିଲ୍ ତିଆରି କରିବାର ଭୂତ ସମସ୍ତଙ୍କୁ ଘାରିଛି । ପିଲାଠୁ ବୁଢା ଯାଏଁ ସମସ୍ତେ ଏହି ରୋଗରେ ପୀଡିତ । ବିଶେଷ କରି ଯୁବପୀଢି ମାନେ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇବାକୁ ପଛଉନାହାନ୍ତି । ଏହିପରି ଭାବେ ଅନେକ ଖବର ସାମ୍ନାକୁ ଆସୁଥିବାବଳେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଯୁବତୀ ଦ୍ରୁତ ଗତିରେ ଯାଉଥିବା ଏକ କାର ର ଓ୍ବିଣ୍ଡୋ ବାହାରକୁ ଆସି ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଆଧାରରେ ଟ୍ରାଫିକ ପୋଲିସ ଗାଡିର ନମ୍ବର ଦେଖି ୨୩ ହଜାର ୫୦୦ ଟଙ୍କା ର ଚାଲାଣ କାଟିଛି ।

ଶନିବାର ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦିଲ୍ଲୀ ନମ୍ବର ଲାଗିଥିବା କାରଟି ଦ୍ରୁତ ଗତିରେ ଯାଉଥିବା ଦେଖିବାକୁ ମିଳିଥିଲା । ଯୁବତୀ ଜଣଙ୍କ ଚଳନ୍ତା କାର ଭିତରୁ ବାହାରି ଷ୍ଟଣ୍ଟ କରୁଥିଲେ । ଏହି ସମୟରେ ପଛରୁ ଆସୁଥିବା ଜଣେ ବ୍ୟକ୍ତି ଏହି ଦୃଶ୍ୟର ଭିଡିଓ ପ୍ରସ୍ତୁତ କରି ଏକ୍ସ ରେ ପୋଷ୍ଟ କରିଥିଲେ । ଏହାସହ ଯୁବତୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ୟୁପି ପୋଲିସ ଓ ଟ୍ରାଫିକ୍ ପୋଲିସକୁ ଅନୁରୋଧ କରିଥିଲେ ।

ଏହି ଭିଡିଓଟି 29 ସେକେଣ୍ଡର ଥିବାବେଳେ, ଏହା ନୋଏଡାର ଗ୍ରେନୋ ଓ୍ବେଷ୍ଟ ଅଞ୍ଚଳର ବୋଲି କୁହାଯାଉଛି । ଭିଡିଓ ଭାଇରାଲ ହେବା ପରେ ନୋଏଡା ପୋଲିସ ଟ୍ୟୁଟ୍ କରି କହିଛି ଯେ, ଉପରୋକ୍ତ ଅଭିଯୋଗକୁ ଦୃଷ୍ଟିରେ ରଖି ନିୟମ ଅନୁଯାୟୀ ଇ-ଚାଲାଣ ୨୩ ହଜାର ୫୦୦ ଟଙ୍କା ଜୋରିମାନା ଜାରି କରି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ସମ୍ପୃକ୍ତ ଗାଡି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ସହିତ ଟ୍ରାଫିକ ପୋଲିସ ଲୋକମାନଙ୍କୁ ଏପରି ଷ୍ଟଣ୍ଟ ନକରିବାକୁ ନିବେଦନ କରିଛି । ଏହା ଏକ ଦୁର୍ଘଟଣାକୁ ନିମନ୍ତ୍ରଣ କରିବା ପରି ଅଟେ ।

Comments are closed.