Latest Odisha News

ନାଲକୋ ଓପନ ଟେନିସ: କବୀର, ଅଭୀପ୍ସାଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର:ଏଠାରେ ଅନୁଷ୍ଠିତ ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରି କବୀର ହନ୍ସ ଓ ଅଭୀପ୍ସା ଦେହୁରୀ ଡବଲ ଟାଇଟଲ ହାସଲ କରିଛନ୍ତି । ଏଥିସହ ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟର ଉଦଯାପନ ମଧ୍ୟ ହୋଇଛି । ନାଲକୋର ଚେୟାରମ୍ୟାନ ଏବଂ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀଧର ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଶ୍ୱୀନ ପ୍ରସାଦ ମହାନ୍ତି, ସୁରେଶ ଚନ୍ଦ୍ର ମହାପାତ୍ର, ଶାସ୍ୱତ ମିଶ୍ର, ଦେବୀଦତ ବିଶ୍ୱାଳ ଓ ସରୋଜ କୁମାର ଦାସ ମଜମୁଦାର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ କବୀର ହନ୍ସ ୬-୨, ୬-୦ରେ ପ୍ରତ୍ୟୁଷ ମହାନ୍ତିଙ୍କୁ ହରାଇଥିବା ବେଳେ ମହିଳା ବିଭାଗରେ ଅଭୀପ୍ସା ୬-୨, ୬-୨ କ୍ରିଷ୍ଣା ରାଜ ବିଜୟ ହାସଲ କରି ଟାଇଟଲ ହାସଲ କରିଛନ୍ତି ।

ପୁରୁଷ ଡବଲ୍ସରେ କବୀର-ଦେବାଶୀଷ ସାହୁ ଯୋଡି ୬-୨, ୬-୨ରେ ପ୍ରତ୍ୟୁଷ ମହାନ୍ତି-କୁମାର ଅନୁରାଗ ସରନଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ । ବାଳକ ୧୪ ବର୍ଷରୁ କମ ସିଙ୍ଗଲ୍ସରେ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟ, ବାଳିକା ବିଭାଗରେ ଅଭୀପ୍ସା, ୧୮ ବର୍ଷରୁ କମ ବାଳକ ବିଭାଗରେ ଆଦିତ୍ୟ ବିକ୍ରମ ଚାମ୍ପିୟନ ହୋଇଛନ୍ତି । ୪୦ ବର୍ଷରୁ ଊର୍ଦ୍ଧ୍ୱ ଭେଟେରାନ ବିଭାଗ ଡବଲ୍ସରେ ସତୀର୍ଥ ପଟ୍ଟନାୟକ-ଅରୁଣ କୁମାର , ୫୦ ବର୍ଷରୁ ଊର୍ଦ୍ଧ୍ୱ ବିଭାଗରେ ଶାସ୍ୱତ ଜେନା-ଦୟାଲ ଗ୍ୟାଙ୍ଗୱାର ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବିଭାଗରେ ଅଜୟ ମହାପାତ୍ର ଓ ଏସଏସ ରଥ ଟାଇଟଲ ହାସଲ କରିଛନ୍ତି ।

Comments are closed.