Latest Odisha News

BREAKING NEWS

ଦଲାଲ ବିରୋଧୀ ଅଭିଯାନ: ଉଚ୍ଛେଦ ହେଲା ଭୁବନେଶ୍ୱର ଆରଟିଓ-୨ ଅଫିସ୍ ନିକଟସ୍ଥ ଅସ୍ଥାୟୀ ସେଡ୍

ଭୁବନେଶ୍ୱର: ଦଲାଲରାଜ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଗତକାଲି ପରେ ଲଗାଦାର ଦ୍ଵିତୀୟ ଦିନରେ ପହଞ୍ଚିଛି ଉଚ୍ଛେଦ ପକ୍ରିୟା । ବିଏମସି ଓ ବିଡିଓର ଜଏଣ୍ଟ ଇନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ମଙ୍ଗଳବାର ଦିନ ଚନ୍ଦ୍ରଶେଖରପୁର ସ୍ଥିତ ପରିବହନ କାର୍ଯ୍ୟାଳୟ(ଆରଟିଓ)-୨ ନିକଟରେ ଥିବା ଏକାଧିକ ଅସ୍ଥାୟୀ ସେଡ୍ ଗୁଡିକୁ ଉଚ୍ଛେଦ କରାଯାଇଛି ।

ବିଏମସି ଓ ବିଡିଏ ଅଧିକାରୀ ଓ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସକାଳ ୯ ଟାରୁ ଏହି ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଉକ୍ତ ସ୍ଥାନରେ ୬ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ, ଇନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ସୋମବାର ଦିନ ସହିଦ ନଗରସ୍ଥିତ ପରିବହନ କାର୍ଯ୍ୟାଳୟ(ଆରଟିଓ) ନିକଟରେ ଥିବା ପାଖାପାଖି ୪୦ଟି ଅସ୍ଥାୟୀ ଗୁଡିକୁ ଉଚ୍ଛେଦ କରାଯାଇଥିଲା ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟ(ଆରଟିଓ) ପରିସର ଗୁଡିକୁ ଦଲାଲ ମୁକ୍ତ କରିବା ପାଇଁ ନିଜ ବିଭାଗକୁ କଡା ନିର୍ଦ୍ଦେଶ ଦେଇଥିଲେ ।

ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବାକୁ ଯାଇ ପରିବହନ କମିଶନର ସଂଜୀବ କୁମାର ପଣ୍ଡା ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.