Latest Odisha News

ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜେଏସପିଏଲକୁ ସିଏସଆର ଜର୍ଣ୍ଣାଲ ସିଏସଆର ଏକ୍ସେଲେନ୍ସ ପୁରସ୍କାର

ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ବର ଅନ୍ୟତମ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ସିଏସଆର ଜର୍ଣ୍ଣାଲ ଦ୍ୱାରା ସିଏସଆର ଏକ୍ସଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି । ମୁମ୍ବାଇର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଡିସେମ୍ବର ୯ ତାରିଖ ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ହେଡ (ସିଏସଆର) ଶ୍ରୀ ପ୍ରଶାନ୍ତ କୁମାର ହୋତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଖ୍ୟାତ ଅଭିନେତା ଶ୍ରୀ ଆମୀର ଖାନ, ବିଶିଷ୍ଟ କବି ଡକ୍ଟର କୁମାର ବିଶ୍ବାସ ଏବଂ ବିଭିନ୍ନ ବରିଷ୍ଠ କର୍ପୋରେଟର କାର୍ଯ୍ୟନିର୍ବାହୀ ମାନେ ଉପସ୍ଥିତ ଥିଲେ।

ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ “ଦେଶ ପାଇଁ ଗୌରବ ଆଣିବା ପାଇଁ ୨୫୦୦୦ କ୍ରୀଡା ପ୍ରତିଭାକୁ ପ୍ରୋତ୍ସାହିତ କରି ଆମେ ଏକ ଅନ୍ତର୍ଭୂକ୍ତ କ୍ରୀଡା ଇକୋ ସିଷ୍ଟମ ଗଠନ କରୁଛୁ।“ ଆମର ଖେଳ ପ୍ରତିଭା ବର୍ତ୍ତମାନ ଜାତୀୟ ତଥା ଆନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଚାମ୍ପିଅନ୍ ହୋଇଥିବାରୁ ଏହା ଆମ ପାଇଁ ସନ୍ତୋଷଜନକ ।

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି), ଏହାର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ, ଭାରତର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ କ୍ରୀଡାର ଉତ୍ଥାନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗ ଦାନ କରୁଛି । ଏହାର ସାମାଜିକ ସଂସ୍ଥା, ଜେଏସପି ଫାଉଣ୍ଡେସନ ମାଧ୍ୟମରେ, ଜେଏସପି ୨୫୦୦୦ ରୁ ଅଧିକ କ୍ରୀଡା ପ୍ରତିଭାଙ୍କ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାରେ ପ୍ରାୟ ୫୦୦୦ ଯୁବ ହକି ପ୍ରତିଭାଙ୍କ ପ୍ରୋତ୍ସାହନ ଅନ୍ତର୍ଭୁକ୍ତ।

ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ ଆଥଲେଟିକ୍ ପ୍ରବୃତ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପି ପୁଷ୍ଟିକର ଖାଦ୍ୟ, କୋଚିଂ ଏବଂ ଅତ୍ୟାବଶ୍ୟକ କ୍ରୀଡା ଭିତ୍ତିଭୂମି ସହାୟତା ପ୍ରଦାନ କରି ଆସୁଛି । କେନ୍ଦୁଝର ଜିଲ୍ଲାରେ କମ୍ପାନୀ ଦ୍ବାରା ୱୁସୁ ଖେଳାଳିଙ୍କୁ ପ୍ରତିପୋଷଣ, କୋଚିଂ ଏବଂ ତାଲିମ ପ୍ରଦାନ, ଗୁଣାତ୍ମକ ଭିତ୍ତିଭୂମି ତଥା ପୁଷ୍ଟିକର ସହାୟତା ପ୍ରଦାନ କରାଯାଉଛି । ଏହି ୱୁସୁ ଖେଳାଳିଙ୍କ, ମାନେ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଏହା ମଧ୍ୟରେ  ପାଞ୍ଚଟି ଆନ୍ତର୍ଜାତୀୟ ମେଡାଲ ଅନ୍ତର୍ଭୁକ୍ତ । କମ୍ପାନୀ ଜିଲ୍ଲାର ସୋୟାବାଲି ଠାରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲ ପ୍ରତିଷ୍ଠା କରି ୬୦ଟି କ୍ରୀଡ଼ା ପ୍ରତିଭା ପାଇଁ ଅତ୍ୟାଧୁନିକ ଆବାସିକ ସୁବିଧା ଯୋଗାଇ ଦେଇଛି। ଜେଏସପି ଆହୁରି ମଧ୍ୟ ରାୟଗଡ (ଛତିଶଗଡ)ରେ ମହିଳା ଫୁଟବଲ ଟିମ ଏବଂ ସୁନ୍ଦରଗଡ (ଓଡ଼ିଶା) ରେ ବାଳିକା ହକି ଦଳକୁ ସହାୟତା ପ୍ରଦାନ କରୁଛି ।

ଓପି ଜିନ୍ଦଲ କ୍ରିକେଟ୍ ଏକାଡେମୀ ମାଧ୍ୟମରେ ୨୦୦୦ରୁ ଅଧିକ କ୍ରିକେଟ୍ ଖେଳାଳି ଉପକୃତ ହେଉଛନ୍ତି । କମ୍ପାନୀ ରାୟଗଡ ଷ୍ଟାଡିୟମର ନବୀକରଣ କରିବା ସହିତ ଏହା ମଧ୍ୟରେ ବ୍ୟାଡମିଣ୍ଟନ୍ କୋର୍ଟ, ବାସ୍କେଟବଲ୍ କୋର୍ଟ, ଅତ୍ୟାଧୁନିକ ଜିମ୍ନାସିୟମ୍, ବହୁମୁଖୀ ହଲ୍, ଏବଂ ପ୍ୟାଭିଲିୟନ୍ ବ୍ୟବସ୍ଥା କରିଛି । ଏହା ବ୍ୟତୀତ ଯୁବପିଢି ମାନଙ୍କ ମଧ୍ୟରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପି ଗ୍ରାମାଞ୍ଚଳରେ ବିଭିନ୍ନ କ୍ରୀଡା ଟୁର୍ନାମେଣ୍ଟ ଆୟୋଜନ କରିଥାଏ ।

Comments are closed.