Latest Odisha News

ଜାଭେଲିନ ଥ୍ରୋରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କଲେ ଓଡିଶା ପାରା ଆଥଲେଟ ସୁଚିତ୍ରା

ଭୁବନେଶ୍ୱର: ଓଡିଶାର ଯୁବ ଆଥଲେଟ ସୁଚିତ୍ରା ପରିଡା ଖେଲୋ ଇଣ୍ଡିଆ ପାରା ଗେମ୍ସରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଜାଭେଲିନ ଥ୍ରୋରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସୁଚିତ୍ରା ଏଫ-୫୫ କାଟାଗୋରୀରେ ୧୭.୨୩ ମିଟରକୁ ଜାଭେଲିନ ଥ୍ରୋ କରିଥିଲେ । ନୂତନ ରେକର୍ଡ ସହ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତାଙ୍କ ପୂର୍ବରୁ ଏହି ରେକର୍ଡ ଉତରପ୍ରଦେଶର ସାକ୍ଷୀ କାସାନାଙ୍କ ନାମରେ ଥିଲା । ସେ ୧୪.୭୩ ମିଟର ଦୂରତାକୁ ଥ୍ରୋ କରିଥିଲେ । ସାକ୍ଷୀ (୧୫.୩୩ ମିଟର) ରୌପ୍ୟ ଏବଂ ଉତରାଖଣ୍ଡର ଗରିମା ଯୋଶୀ ୧୫.୨୦ ମିଟର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ସୁଚିତ୍ରା ଏହା ପୂର୍ବରୁ ଚଳିତ ମାସରେ ଥାଇଲାଣ୍ଡର ନାଖୋନ ରାଚେସିମାରେ ଅନୁଷ୍ଠିତ ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ୍ସ ଗେମ୍ସରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଥିଲେ । ସୁଚିତ୍ରାଙ୍କୁ ତାଙ୍କ ପ୍ରଦର୍ଶନ ନେଇ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

Comments are closed.