Latest Odisha News

ପାଞ୍ଚ ଦିନ ହେବ ବ୍ୟାଙ୍କ ସମ୍ମୁଖରେ ଅଧିଆ ପଡିଛନ୍ତି ଚାଷୀ, ନଳକୂପ ଖନନ ପାଇଁ ଚାଲିଛି ଆବେଦନ

ନବରଙ୍ଗପୁର: ପାଞ୍ଚ ଦିନ ହେବ ବ୍ୟାଙ୍କ ସମ୍ମୁଖରେ ଅଧିଆ ପଡିଛନ୍ତି ଚାଷୀ ।   କରୁଛନ୍ତି ଚାଷୀ । ରାଜ୍ୟ ସରକାରଙ୍କ ବିଜୁ କୃଷକ ଯୋଜନା ଅନ୍ତର୍ଗତ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମରେ ଚାଷୀଙ୍କ ଜମିକୁ ଗଭୀର ନଳକୂପ ମାଧ୍ୟମରେ ଜଳସେଚିତ କରିବା ପାଇଁ ଚଳିତମାସ ଡିସେମ୍ବର ୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସରକାର ଚାଷୀଙ୍କ ଠାରୁ ଆବେଦନ ପତ୍ରମାଗିଥିଲେ। ନଳକୂପ ଆବେଦନ କରିବା ପାଇଁ ହେଲେ ଅନୁସୂଚିତ ଜାତି, ଜନଜାତିଙ୍କ ପାଇଁ ୧୦ ହଜାର ଟଙ୍କା ଓ ସାଧାରଣ ବର୍ଗପାଇଁ ୨୦ ହଜାର ଟଙ୍କା ବ୍ୟାଙ୍କ ଏଫଡ଼ି କରିବାପରେ ଆବଶ୍ୟକୀୟ କାଗଜ ପତ୍ର ସହ ଉଠା ଜଳସେଚନ ବିଭାଗକୁ ଯାଇ ଦେବାକୁ ପଡିଥାଏ ।

କିନ୍ତୁ ଏଠି ସମସ୍ୟା ହେଲା ଏହି ଯୋଜନା ପାଇଁ ସରକାର କେବଳ ୟୁନିୟନ ବ୍ୟାଙ୍କକୁ ହିଁ ଦାଇତ୍ୱ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଉମରକୋଟ ଓ ନବରଙ୍ଗପୁର ଏହି ଦୁଇଟି ସ୍ଥାନରେ ୟୁନିୟନ ବ୍ୟାଙ୍କର ଶାଖା ରହିଛି। ଜିଲ୍ଲାର ୧୦ ଗୋଟି ବ୍ଲକ ମଧ୍ୟରୁ ରାଇଘର,ଉମରକୋଟ, ଚନ୍ଦାହାଣ୍ଡି,ଝରିଗାଁ ବ୍ଲକର ଶହ ଶହ ଚାଷୀ ଉମରକୋଟ ୟୁନିୟନ ବ୍ୟାଙ୍କ ଶାଖାରେ ଭିଡ଼ ଜମାଇଥିବାବେଳେ ଡାବୁଗାଁ, ପାପଡାହାଣ୍ଡି, କୋଷାଗୁମୁଡ଼ା, ନବରଙ୍ଗପୁର, ନନ୍ଦାହାଣ୍ଡି ବ୍ଲକର ଚାଷୀ ନବରଙ୍ଗପୁର ଜିଲ୍ଲା ୟୁନିୟନ ବ୍ୟାଙ୍କର ମୁଖ୍ୟ ଶାଖାରେ ସକାଳ ୮ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ କାଗଜ ଖଣ୍ଡେ ଧରି ଲମ୍ବା ଧାଡିରେ ଛିଡା ହୋଇରହୁଛନ୍ତି ।ଦୁଇ ବର୍ଷ ପରେ ସରକାର ନଳକୂପ ଖନନ ଯୋଜନା ପାଇଁ ଆବେଦନ ପତ୍ର ମାଗିଥିବାରୁ ଚାଷୀଙ୍କ ଏହିଭଳି ପ୍ରବଳ ଭିଡ ଦେଖିବାକୁ ମିଳିଛି । ୫/୬ ଦିନ ହେବ ପ୍ରତିଦିନ ଚାଷୀ ଚାଳିଶ,ପଚାଶ କିଲୋମିଟର ଦୂରରୁ ବ୍ୟାଙ୍କକୁ ଆସୁଛନ୍ତି ଏବଂ ଫେରୁଛନ୍ତି ।

ସେପଟେ ଧାନ କଟା ସରି ଖଳାରେ ଧାନ ପଡିରହିଛି,ସବୁକାମ ଛାଡି ଚାଷୀ ବ୍ୟାଙ୍କ ସମ୍ମୁଖରେ ଅଧିଆ ପଡିଚି। ସରକାର କେବଳ ୟୁନିୟନ ବ୍ୟାଙ୍କ ସହ ଅନୁବନ୍ଧିତ ରହିଥିବାବେଳେ କେବଳ ଶହେରୁ ଦୁଇଜଣ ଚାଷୀଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ରହିଛି। ଏଫଡ଼ି କରିବାକୁ ହେଲେ ପ୍ରଥମେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ପରେ ଏଫଡ଼ି ହେବ ବୋଲି ଏପଟେ ବ୍ୟାଙ୍କ କତ୍ତୃପକ୍ଷ କହୁଛନ୍ତି। ତେଣୁ ଗୋଟିଏ ଚାଷୀକୁ ୪ ରୁ ୫ ଦିନ ସମୟ ଲାଗୁଚି। ନଳକୂପ ଖନନ ପାଇଁ ଆବେଦନ ପତ୍ର ଗ୍ରହଣ କରିବାର ସରକାରଙ୍କ ନିର୍ଦ୍ଧାରିତ ଶେଷ ତାରିଖ ସୁଦ୍ଧା ଆବେଦନ କରିବା ସମ୍ଭବପର ହେଉନଥିବାରୁ, ଆବେଦନ ପତ୍ର ଗ୍ରହଣ ତାରିଖକୁ ୧୫ ଦିନ ବଢାଇବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଚାଷୀ।

 

Comments are closed.