Latest Odisha News

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସହକାରୀ ଯନ୍ତ୍ରୀ ବିଭୂତିଭୂଷଣ ନାୟକ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସାଲେପୁର ବ୍ଲକର ସହକାରୀ ଯନ୍ତ୍ରୀ ବିଭୂତିଭୂଷଣ ନାୟକ। ଜଣେ ଠିକାଦାରଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ବିଲ୍ ପାସ୍ କରି ଦେବା ପାଇଁ ସେ ଏହି ଟଙ୍କା ନେଉଥିଲେ । ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଏକକାଳୀନ ତିନୋଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। କଟକ ମଧୁପାଟଣା ଥାନା ରଜେନ୍ଦ୍ର ନଗର ବାସଭବନରେ ରେଡ୍ କରିଛି ଭିଜିଲାନ୍ସ । ଜଗତ୍ସିଂହପୁର ତିର୍ତ୍ତୋଲ ବୋଧେଇ ସ୍ଥିତ ପୈତୃକ ଘର ଓ ଅଫିସରେ ମଧ୍ୟ ଚଢାଉ ହୋଇଛି।

ବିଲ୍ ପାସ୍ କରିବା ପାଇଁ ସହକାରୀ ଯନ୍ତ୍ରୀ ଲାଞ୍ଚ ମାଗିବା ପରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଠିକାଦାର। ପରେ ଯୋଜନାବଦ୍ଧ ଭାବେ ତାଙ୍କୁ ଆଜି ଧରିଥିଲା ଭିଜିଲାନ୍ସ।

Comments are closed.