ନୂଆଦିଲ୍ଳୀ: ସଂସଦ ଭବନର ସୁରକ୍ଷା ମାମଲାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତର ମୋବାଇଲ ଫୋନର ପାର୍ଟସ ରାଜସ୍ଥାନରୁ ଜବତ କରିଛି ପୋଲିସ । ମୋବାଇଲ ଫୋନର ପାର୍ଟସ ଜଳି ଯାଇଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି ।
ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କ ପାଖରେ ଚାରିଜଣ ଅଭିଯୁକ୍ତଙ୍କର ମୋବାଇଲ ଫୋନ ଥିଲା । ଲଳିତ ପ୍ରଥମେ ଫୋନକୁ ଭାଙ୍ଗି ଦେଇଥିଲେ ଏବଂ ପରେ ଏଥିରେ ନିଆଁ ଲଗାଇ ଦେଇଥିଲେ ।
ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସଂସଦ ଭବନର ସୁରକ୍ଷା ଘଟଣାର ଯାଞ୍ଚ କରୁଛି । ଏହି ଯାଞ୍ଚବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ପୋଲିସ ହାତରେ ପୋଡି ଯାଇଥିବା ମୋବାଇଲର ଅବଶିଷ୍ଟାଂଶ ଲାଗିଛି । ଏଥିସହିତ ଅଭିଯୁକ୍ତଙ୍କ ପୋଷାକ ଏବଂ ଜୋତାମଧ୍ୟ ଜବତ ହୋଇଛି ।
ଅଭିଯୁ୍କ୍ତଙ୍କ ପାଖରେ ଥିବା କିଛି କାଗଜପତ୍ର ବି ପୋଲିସକୁ ମିଳିଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କୁ ଜେରା କରିବା ପାଇଁ ବିଭିନ୍ନ ସ୍ଥାନକୁ ନେଇଛି। ପୋଡି ଯାଇଥିବା ମୋବାଇଲ ଫୋନ, ଜଳି ଯାଇଥିବା ପୋଷାକ ଏବଂ ଜୋତାକୁ ଜବତ କରି ପୋଲିସ ଲାବକୁ ଯାଞ୍ଚ ପାଇଁ ପଠାଇଛି । ମୋବାଇଲରେ କ’ଣ ତଥ୍ୟ ରହିଛି ଯାହାକୁ ଅଭିଯୁକ୍ତ ନଷ୍ଟ କରିବାକୁ ଚାହୁଁଛି ପୋଲିସର ସେ ବିଷୟରେ ଖୋଳତାଡ କରୁଛି।
ସୂଚନାଥାଉ କି, ସଂସଦ ଭବନ ସୁରକ୍ଷା ଭଙ୍ଗ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝା କର୍ତ୍ତବ୍ୟପଥ ଥାନାରେ ପହଞ୍ଚି ସରେଣ୍ଡର କରିଥିଲା। ଲଳିତଙ୍କ ସହ ମହେଶ ନାମକ ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ସହ ଥିଲେ ।
Comments are closed.