Latest Odisha News

ଛାତ୍ରଙ୍କ ଗଳାକାଟି ହତ୍ଯା ପରେ ପୋଖରୀ ହୁଡାରେ ଫିଙ୍ଗି ଦେଲେ !

କଟକ: ପୋଖରୀ ହୁଡାରୁ ଛାତ୍ରଙ୍କ ଗଳାକଟା ମୃତଦେହ ଉଦ୍ଧାର। ଜଗତପୁର ଥାନା ପୂର୍ବକଚ୍ଛ ଗାଁ ଚନ୍ଦନ ପୋଖରୀ ହୁଡାରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଛାତ୍ର ପୂର୍ବକଚ୍ଛ ଗାଁର ଜ୍ୟୋତି ପ୍ରକାଶ ବେହେରା।

ଗତକାଲି ସ୍କୁଲ ଯାଇଥିଲେ ଜ୍ୟୋତି ହେଲେ କାଲିଠାରୁ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜା ଖୋଜି କରିବା ସହ ଏପରି ସାଙ୍ଗ ସାଥୀଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର ଜ୍ୟୋତିଙ୍କ ସମ୍ପର୍କରେ କୌଣସି ଖୋଜ ଖବର ପାଇନଥିଲେ। ତେବେ ଆଜି ସକାଳେ ଘରଠାରୁ କିଛି ଦୂରରେ ଚନ୍ଦନପୋଖରୀ ହୁଡାରେ ଜ୍ୟୋତିଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଏନେଇ ଖବର ଦେଇଥିଲେ। ପରିବାର ଲୋକେ ମୃତଦେହ ଜ୍ୟୋତିଙ୍କର ବୋଲି ଚିହ୍ନଟ କରିଥିଲେ । ଏକ ଧାରୁଆ ଅସ୍ତ୍ରରେ ଜ୍ୟୋତିଙ୍କ ବେକ କଟାଯାଇଥିବା ଦେଖିବାକୁ ମିଳିଥିଲା।

ଅଭିଯୋଗ ପରେ ଜଗତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ତଦନ୍ତ କରିଛି।ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ କିଏ ଓ କାହିଁକି ଜ୍ୟୋତିଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କଲା ସେ ନେଇ କୌଣସି ସୂଚନା ମିଳିନି।

Comments are closed.