Latest Odisha News

ମଝି ରାସ୍ତାରେ ଅଟୋରେ ଷ୍ଟଣ୍ଟ୍ କରୁଥିଲେ ଯୁବକ , ପରେ ଯାହା ଘଟିଲା ଦେଖିଲେ ଚକିତ ହେବେ

ନୂଆଦିଲ୍ଲୀ :ଏବେ ସୋସିଆଲ ମିଡ଼ିଆର କ୍ରେଜ୍ ଖୁବ୍ ଅଧିକ । ଏହାକୁ ଦୃଷ୍ଟିରେ ରଖି ଏବେ ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି । ଏମିତି କି ନିଜ ଜୀବନକୁ ବାଜି ବି ଲଗାଇ ଦେଉଛନ୍ତି ରିଲ୍ସ ପାଇଁ । ନିକଟରେ ଜଣେ ଯୁବକ ଅଟୋରେ ଷ୍ଟଣ୍ଟ୍ କରୁଥିବା ବେଳେ ଏମିତି କିଛି ଘଟିଲା, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କେବଳ ସେତିକି ନୁହେଁ, ଦିଲ୍ଲୀ ପୋଲିସ ଅଟୋଟିକୁ ଜବତ କରି ୩୨ ହଜାର ଚାଲାଣ କାଟିଛିି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଦିଲ୍ଲୀ ରାଜରାସ୍ତାରେ ଜଣେ ଯୁବକଙ୍କ ଅଟୋରେ ଷ୍ଟଣ୍ଟ୍ କରୁଛନ୍ତି । ରାସ୍ତାରେ ଅନେକ ଗାଡ଼ି ଯାଉଥିଲେ ବି ଯୁବକଙ୍କ ସେଥିପ୍ରତି ନିଘାନାହିଁ । ଯୁବକ ଜଣଙ୍କ ଅଟୋରେ ଠିଆ ହୋଇ ଏମିତି ହାତ ହଲାଉଥିଲେ ଯେ, ବହୁ ବାଟ ଗଲା ପରେ ଯୁବକ ଜଣକ ଜଣେ ସାଇକେଲ ଆରୋହୀ ସହ ଧକ୍କା ଦେବାରୁ ସେ ତଳେ ପଡିଯାଇଛନ୍ତି । ଏହି ଭିଡିଓ ଭାଇରାଲ ପରେ ଦିଲ୍ଲୀ ପୋଲିସ ଯୁବକଙ୍କ ବିରୋଧଷର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Comments are closed.