ନ୍ୟୁୟର୍କ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ସାମ୍ନାକୁ ଆସିଛି । ଜୋ ବାଇଡେନଙ୍କ ଗାଡିକୁ ଏକ କାର ଧକ୍କା ଦେଇଛି । ବାଇଡେନ ଏକ ନିର୍ବାଚନ ପ୍ରଚାର ଅଭିଯାନ ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ତାଙ୍କ ପତ୍ନୀ ଜିଲ ବାଇଡେନ ମଧ୍ୟ ତାଙ୍କ ସହ ଥିଲେ । ତେବେ ଉଭୟେ ବାଇଡେନ ଓ ତାଙ୍କ ପତ୍ନୀ ଠିକ ଅଛନ୍ତି । ତାଙ୍କର କୌଣସି କ୍ଷତି ହୋଇନାହିଁ ।
ଡେଲାବିୟରର ବିଲମିଙ୍ଗଟନରୁ ବାଇଡେନ ଏକ କାର୍ଯ୍ୟକ୍ରମ ସାରି ଫେରୁଥିଲେ । ଏହି ସମୟରେ ହାଲ୍କା ରଙ୍ଗର ଏକ ଫୋର୍ଡ କାର ବାଇଡେନଙ୍କ ଗାଡିକୁ ଧକ୍କା ଦେଇଥିଲା । କୁହାଯାଉଛି, କାର ଚାଳକ ଆଗକୁ ଯିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ବାଇଡେନଙ୍କ ଗାଡିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବାଇଡେନଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ବନ୍ଧୁକ ମୁନ ଦେଖାଇ ଘେରି ଯାଇଥିଲେ । ଏହା ପରେ ବାଇଡେନ ଦମ୍ପତି ତାଙ୍କ ଘରକୁ ସୁରକ୍ଷିତ ଘରକୁ ଫେରି ଆସିଛନ୍ତି ।
ଦୁର୍ଘଟଣା ପରେ ସିକ୍ରେଟ ସର୍ଭିସ ଏଜେଣ୍ଟ ତୁରନ୍ତ ଆକ୍ସନ ମୋଡକୁ ଆସି ଯାଇଥିଲେ । ଧକ୍କା ଦେଇଥିବା କାରର ଡ୍ରାଇଭରକୁ ନିଜ କବଜାରେ ରଖିଛି ସିକ୍ରେଟ ସର୍ଭିସ ଏଜେନ୍ସି କବଜାକୁ ନେଇ ଜେରା କରୁଛି । ତେବେ ଏ ନେଇ ଅଧିକାରୀ ସ୍ତରରେ କୌଣସି ବକ୍ତବ୍ୟ ଦିଆ ଯାଇନାହିଁ
Comments are closed.