Latest Odisha News

ଦୁର୍ନୀତିର ଗନ୍ତାଘର ପାଲଟିଛି ପୁରୀ ସଦର ବ୍ଲକ୍: ବିଜେପି

ପୁରୀ: ଦୁର୍ନୀତିର ଗନ୍ତାଘର ପାଲଟିଛି ପୁରୀ ସଦର ବ୍ଲକ୍ । ଜେଇ ଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ସମସ୍ତେ ଦୁର୍ନିତୀରେ ଲିପ୍ତ ରହିଛନ୍ତି । ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଛି । ଏଭଳି ସାଂଘାତିକ ଅଭିଯୋଗ ଆଣି ବିଜେପି ପୁରୀ ସଦର ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ବିଜେପି ପକ୍ଷରୁ ଶହଶହ କର୍ମୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବ୍ଲକ୍ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ବିଜେପିର ବରିଷ୍ଠ ନେତା ଓ କର୍ମୀମାନେ ବ୍ଲକ୍ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ଗେଟ୍ ଭାଙ୍ଗି କାର୍ଯ୍ୟାଳୟ ଭିତରକୁ ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା ।

ତେବେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା, ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ବ୍ଲକ୍ ଅଧିକାରୀ ଓ କର୍ମଚାରୀ ଧ୍ୟାନ ନଦେଇ ଦୁର୍ନୀତିରେ ଲିପ୍ତ ରହୁଛନ୍ତି ବୋଲି ବିଜେପି ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଅଭିଯୋଗ କରିଛନ୍ତି ।

 

 

Comments are closed.