Latest Odisha News

ଜଗତସିଂହପୁର ରେ ୫ ଦିନ ବ୍ୟାପି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଜଗତସିଂହପୁର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ସରକାରୀ ଦଳ ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଫିତା କାଟି ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି ମେଳା ୫ ଦିନ ବ୍ୟାପି ଅନୁଷ୍ଠିତ ହେବ । ମେଳାରେ ବିଭିନ୍ନ ଉନ୍ନତ ମାନର କୃଷି ଯନ୍ତ୍ରପାତି ଗୁଡ଼ିକ ପ୍ରଦର୍ଶିତ ଓ ରିହାତି ମୂଲ୍ୟରେ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି । ଏଥି ସହିତ ପ୍ରତ୍ୟହ କୃଷି ପାଠଶାଳା ରେ ଜିଲ୍ଲାର ୧୦୦ ଜଣ ଅଗ୍ରଣୀ ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି ସମ୍ବନ୍ଧୀୟ ଉନ୍ନତ ଜ୍ଞାନ କୌଶଳ ତାଲିମ ଦିଆଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜିଲ୍ଲାର ପ୍ରତ୍ୟେକ ବ୍ଲକ ର ସଫଳ ଚାଷୀ ମାନଙ୍କୁ ତାଙ୍କର ସଫଳତା ନେଇ ସମ୍ବର୍ଦ୍ଧିତ କରାଯିବ । ଏହି ୫ ଦିନ ବ୍ୟାପି ମେଳାରେ କୃଷକ ଓ କୃଷି ବିଶେଷଜ୍ଞ ଆଲୋଚନା ଚକ୍ର, ବିଭିନ୍ନ ଉନ୍ନତ ମାନର କୃଷି ଯନ୍ତ୍ରପାତି ର ପ୍ରଦର୍ଶନ, ବିକ୍ରୟ ଓ ତାର ବ୍ୟବହାର ଚାଷୀମାନଙ୍କୁ କୃଷି ଯନ୍ତ୍ରପାତି ଉପରେ ମିଳୁଥିବା ରିହାତି ବିଷୟରେ ଅବଗତ କରାଇବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି ।

ଏହି ଅବସରରେ ବାଲିକୁଦା ଏରସମା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ ପ୍ରମୁଖ ଯୋଗଦେଇ କୃଷକ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସଭାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୀବ କୁମାର ମୁଦୁଲି ପରିଚାଳନା କରିଥିଲେ ।

 

Comments are closed.