Latest Odisha News

ଛାତ୍ରୀଙ୍କୁ ପ୍ରେମକରି ବନ୍ଧାହେଲେ ଶିକ୍ଷକ

ଶେରଗଡ: ଜଣେ ନାବାଳିକା ଛାତ୍ରୀଙ୍କୁ ପ୍ରେମ କରି ବନ୍ଧାହେଲେ ଶିକ୍ଷକ । ସୋମବାର ଗଞ୍ଜାମ ଜିଲା ଶେରଗଡ ବ୍ଲକ ବି. ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଗ୍ରାମବାସୀ ଖୁଣ୍ଟରେ ବାନ୍ଧି ପୋଲିସ ଜିମା ଦେଇଥିଲେ । ନାବାଳିକା ଛାତ୍ରୀଙ୍କ ବାପାଙ୍କ ଏତଲା କ୍ରମେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ସେ ହେଲେ କଳା ଶିକ୍ଷକ ନିଳାମ୍ବର ଦାସ ।

ଶିକ୍ଷକ ନିଳାମ୍ବର ଦାସ ନାବାଳିକା ଛାତ୍ରୀଙ୍କୁ ଭଲ ପାଉଥିଲେ । ଏହା ଜଣାପଡ଼ିବା ପରେ ତାଙ୍କୁ ତାଗିଦ୍ କରିବାକୁ ଗ୍ରାମର କେତେଜଣ ଲୋକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କହିଥିଲେ । କିନ୍ତୁ ସେ କୌଣସି ପଦକ୍ଷେପ ନେଇ ନ ଥିଲେ । ଗତ ଶନିବାର ନାବାଳିକା ଜଣକ ବିଦ୍ୟାଳୟ ଯାଇଥିଲେ ମଧ୍ୟ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି ପରେ ସମ୍ପୃକ୍ତ ଶିକ୍ଷକଙ୍କ ଘରୁ ଝିଅକୁ ପାଇଥିଲେ । ସୋମବାର ଗ୍ରାମବାସୀଙ୍କ ସହ ଛାତ୍ରୀଙ୍କ ପରିବାର ଲୋକେ ବିଦ୍ୟାଳୟ ମୁଖ୍ୟ ଗେଟ୍‌ରେ ତାଲା ପକାଇ ବାହାରେ ଜଗି ରହିଥିଲେ । ପୂର୍ବାହ୍ନ ୧୦ଟାରେ ଶିକ୍ଷକ ନିଳାମ୍ବର ବିଦ୍ୟାଳୟରେ ପହଞ୍ଚିିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଜୋର ଜବରଦସ୍ତି ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରିଥିଲା । ନାବାଳିକା ବାପାଙ୍କ ଅଭିଯୋଗ ପ୍ରକାରେ ଶେରଗଡ଼ ପୋଲିସ ଏକ ମାମଲା(ନଂ.୬୦୯/୨୩) ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।

Comments are closed.