Latest Odisha News

BREAKING NEWS

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଷଷ୍ଠ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶ ଦାତା ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ତାଙ୍କ ସହ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ପ୍ରଣତୀ ଛୋଟରାୟ ସିଡ଼ାକର ସଦସ୍ୟ ସଚିବ, ଶିଶିର କୁମାର ରଥ ଉପସ୍ଥିତ ଥିଲେ ।

ଷଷ୍ଠ ସାଂସ୍କୃତିକ ସନ୍ଧ୍ୟାରେ ବରଗଡ଼ର ରବୀନ୍ଦ୍ର ସାହୁ ଓ ସାଥିଙ୍କ ଦ୍ବାରା ଆଦି ଧୂନ, ସମ୍ବଲପୁର ଆଲୋକ ପଣ୍ଡା ଓ ସାଥିଙ୍କ ଦ୍ବାରା ଘୁଙ୍ଗୁରର ଶବଦ ଓ ସମ୍ବଲପୁରୀ ନୃତ୍ୟ, ବଲାଙ୍ଗୀରର ଦୁଲଦୁଲି କଳାପରିଷଦ ଦ୍ବାରା ଧାପ ନୃତ୍ୟ ଏବଂ ବୌଦ୍ଧର ପ୍ରଣାମ ଅନୁଷ୍ଠାନ ଦ୍ବାରା ପଞ୍ଚରସି ଚୁଟକୁଛୁଟା ନୃତ୍ୟ ପରିବେଷିତ ହୋଇଥିଲା।

Leave A Reply

Your email address will not be published.