Latest Odisha News

କୋରାପୁଟ ଗସ୍ତ କରି ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲେ ରାଜ୍ୟପାଳ ରଘୁବର ଦାସ

କୋରାପୁଟ: କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ଗତକାଲି ମାଲକାନଗିରି ଜିଲ୍ଲା ଗସ୍ତ ସାରି, ଆଜି କୋରାପୁଟ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ଜୟପୁରର OHPC ଗେଷ୍ଟ ହାଉସ ପହଞ୍ଚିଥିଲେ ରାଜ୍ୟପାଳ । ପରବର୍ତ୍ତୀ ସମୟରେ ବୋରିଗୁମା ବ୍ଲକ୍ ବନଙ୍ଗୁମା ପଞ୍ଚାୟତର ଖୁଡ଼ିଗୁଡ଼ା ଗ୍ରାମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ଅନୁଧ୍ୟାନ କରିବା ସହ ହିତାଧିକାରୀ ଙ୍କ ସହ ସାକ୍ଷାତ କଲେ ରାଜ୍ୟପାଳ ।

ପୁଣି ଖୋଡ଼ିଗୁଡ଼ା ଗ୍ରାମରେ ଥିବା ପର୍ଜା ମାର୍ଗ ର ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚି ଅଙ୍ଗନୱାଡ଼ି କର୍ମୀ କେନ୍ଦ୍ର ରେ ଥିବା ସମସ୍ତ ଶିଶୁ ମାନଙ୍କ ସହ ଅଭିଭାବକ ଙ୍କ ଉପସ୍ଥିତରେ ପୋଷଣ ଯୋଜନା ରେ କେତେ ସଫଳ ରୂପାୟନ ହୋଇପାରିଛି ଶିଶୁଙ୍କ ବିଷୟ ରେ ପଚାରି ବୁଝିଥିଲେ । ୧୫୦ ଜଣ ଶିଶୁ ଉପସ୍ଥିତ ରହିବେ ଅଙ୍ଗନନ୍ଵାଡ଼ି କେନ୍ଦ୍ର ଠାରେ । ଜୁଝାରି ଠାରେ ୨୦୦ ଜଣ SHG ମାଆ ମାନଙ୍କ ସହ ସାକ୍ଷାତ କରିବେ ଏବଂ ମହିଳା ସଶକ୍ତି କରଣ ରେ କେତେ ସ୍ଵାବଲମ୍ୱି ହେଇଛନ୍ତି ତାହା ଅନୁଧ୍ୟାନ କରିଥିଲେ ରାଜ୍ୟପାଳ ।

ଜୟପୁର ବ୍ଲକ ରାବଣାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀଙ୍କୁ କେମିତି ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ତାହା ଉପରେ ଡାକ୍ତର ଏବଂ ରୋଗୀଙ୍କୁ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନଓ୍ବାଡି କର୍ମୀ ଙ୍କ ସହ ଆଲୋଚନା କରିଥିଲେ ପରେ କୋରାପୁଟ ସହର ପହଞ୍ଚି କୋରାପୁଟ କଫି ବୋର୍ଡ ବଗିଚା ପରିଦର୍ଶନ କରିଥିଲେ ।

ସେମିଳିଗୁଡା ବ୍ଳକ କୃଷୀ ବିଜ୍ଞାନ କାର୍ଯ୍ୟଳୟ ପହଞ୍ଚି ଅଞ୍ଚଳ ର ଚାଷୀ ମାନଙ୍କ ସହ ଆଲୋ ଚନା କରିଥିଲେ । ସେମିଳିଗୁଡା ବ୍ଳକ ପୁଙ୍ଗାର ଏକଲବ୍ୟ ମଡେ଼ଲ ବିଦ୍ୟାଳୟରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ଙ୍କ ସହ ସାକ୍ଷାତ କରିଥିଲେ । ସନ୍ଧ୍ୟା ବେଳକୁ କୋରାପୁଟ ସଦଭାବନା ଗୃହ ରେ ଜିଲ୍ଲାର ପ୍ରତ୍ୟେକ ବିଭାଗ ଅଧିକାରୀ ଙ୍କ ସହ ସରକାରି ସ୍ତର ବୈଠକ କରିଥିଲେ ।

ଶେଷରେ କୋରାପୁଟ ସାବର ଶ୍ରୀକ୍ଷେତ୍ର ମନ୍ଦିର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆୟୋଜିତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ରାଜ୍ୟପାଳ । ରାଜ୍ୟପାଳ ଙ୍କ ଗସ୍ତ ସମୟରେ ସୁରକ୍ଷା କୁ କଡାକଡି କରାଯାଇଥିଲା । ରାଜ୍ୟପାଳଙ୍କ ଶହ କୋରାପୁଟ ଜିଲ୍ଲାପାଳ ଅବଦ୍ଦୁଲ ମହମ୍ମଦ ଅକତର, ଏସପି ଅଭିନବ ସୋନାକାର, ଜିଲ୍ଲା ଚିକିତ୍ସାଧିକାରୀ ଅରୁଣ ପାଢ଼ୀ, ଏସ୍ଡ଼ିପିଓ ହରିଶ ବିଶି, ଜୟପୁର ବିଡ଼ିଓ ଶକ୍ତି ମହାପାତ୍ର ସହ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Comments are closed.