Latest Odisha News

BREAKING NEWS

ମହିଳା କ୍ରିକେଟ ଟେଷ୍ଟ: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କଲା ଟିମ ଇଣ୍ଡିଆ

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଟିମ ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ବିରୋଧରେ ଭାରତର ଏହା ପ୍ରଥମ ଟେଷ୍ଟ ବିଜୟ । ରବିବାର ଅନ୍ତିମ ଦିବସରେ ଅଷ୍ଟ୍ରେଲିଆ ଟିମ ଦ୍ୱିତୀୟ ଇନିଂସରେ ୧୬୧ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ସମ୍ମୁଖରେ ୭୫ ରନର ଟାର୍ଗେଟ ରହିଥିଲା । ଟିମ ଇଣ୍ଡିଆ ୨ଟି ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୨୬୧ ରନ ଜବାବରେ ଭାରତ ୪୦୬ ରନ କରି ୧୮୭ ରନର ଅଗ୍ରଣୀ ହାସଲ କରିଥିଲା ।

ମ୍ୟାଚରେ ୭ଟି ୱିକେଟ ନେଇଥିବା ସ୍ନେହା ରାଣା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପୂର୍ବରୁ ଭାରତ ଡିୱାଇ ପାଟିଲ ଷ୍ଟାଡିୟମରେ ଇଂଲଣ୍ଡକୁ ୩୪୭ ରନର ବୃହତ ବ୍ୟବଧାନରେ ପରାଜିତ କରିଥିଲା । ମହିଳା କ୍ରିକେଟ ଇତିହାସରେ ଏତେ ରନ ବ୍ୟବଧାନରେ କେହି ବିଜୟୀ ହୋଇ ନ ଥିଲେ । ଶ୍ରୀଲଙ୍କା ଟିମ ୩୦୯ ରନରେ ପାକିସ୍ତାନକୁ ଓ ନ୍ୟୁଜିଲାଣ୍ଡ ୧୮୮ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ।

Comments are closed.