Latest Odisha News

ଏକତ୍ର ଅଭିନୟ କରିପାରନ୍ତି ସଲମାନ-ସନୀ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲଙ୍କ ନିକଟରେ ଫିଲ୍ମର ଲମ୍ବା ଲାଇନ ଲାଗିଛି । ରିପୋର୍ଟ ମୁତାବକ ସନୀ ଓ ସଲମାନ ଖାଁ ଏକ ପ୍ରୋଜେକ୍ଟରେ ଏକତ୍ର କାମ କରିବା ପାଇଁ ରାଜି ହୋଇଛନ୍ତି । ଗୋଆରେ ଉଭୟ ଏକତ୍ର ଏ ନେଇ ୨ରୁ ୩ଘଂଟା ସମୟ କାଟିଥିଲେ । ସଲମାନ ଓ ସନୀଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ରହିଛି । ତେବେ ଏହି ଫିଲ୍ମ ସମ୍ପର୍କରେ ଉଭୟ ସ୍ପଷ୍ଟ ଭାବେ କୌଣସି ସୂଚନା ଦେଇ ନାହାନ୍ତି । ଗଦର ୨ ସଫଳତା ପରେ ସନୀ ଏକ ପାର୍ଟିର ଆୟୋଜନ କରିଥିଲେ । ସେଥିରେ ସଲମାନ, ଶାହାରୁଖ ଖାଁ, ଅମୀର ଖାଁ, ଅଜୟ ଦେବଗାନ, କାଜୋଲ ପ୍ରମୁଖ ଯୋଗ ଦେଇଥିଲେ ।

ଅମୀରଙ୍କ ସହ ସନୀ ଏକ ଫିଲ୍ମ କରିବା ଚୂଡାନ୍ତ ହୋଇଛି । ଏବେ ଯଦି ସଲମାନଙ୍କ ସହ ସେ ଫିଲ୍ମ ସାଇନ କରନ୍ତି ତେବେ ଏହା ନିଶ୍ଚିତ ଭାବେ ଏଂଟରଟେନମେଂଟର ଡବଲ ଡୋଜ ହେବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ଗଦର ୨ ପରେ ସନୀ ଅବଶ୍ୟ ଭାବି ଚିନ୍ତି ଫିଲ୍ମ ସାଇନ କରୁଛନ୍ତି । ପୂର୍ବ ଭଳି ସେ ତରବରିଆ ଭାବେ ଫିଲ୍ମ ସାଇନ କରି କ୍ୟାରିୟର ନଷ୍ଟ କରିବାକୁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

Comments are closed.