ଦକ୍ଷିଣ କୋରିଆ: ପରୀକ୍ଷା କେନ୍ଦ୍ରରେ ଶିକ୍ଷକ ଖାତା ନେଇଯିବାରୁ ମାମଲା ଦାୟର କଲେ ଛାତ୍ର । କେବଳ ସେତିକି ନୁହେଁ ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ବି ଦାବି କରିଛନ୍ତି । କେବଳ ବିଦ୍ୟାଳୟ କିମ୍ବା କଲେଜ ସ୍ତରୀୟ ଶିକ୍ଷାର ମୂଲ୍ୟାଙ୍କନ ପାଇଁ ନୁହେଁ ବରଂ ଚାକିରି ପାଇଁ ମଧ୍ୟ କରାଯାଏ । ପରୀକ୍ଷା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟରେ ଶେଷ ହୋଇଥାଏ । ଛାତ୍ରୀଛାତ୍ର ନିର୍ଦ୍ଧାରିତ ସମୟନୁସାରେ ସେମାନଙ୍କର ପରୀକ୍ଷା ଶେଷ କରିଥାନ୍ତି । ହେଲେ ଖାତା ସରି ନ ଥିଲେ ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ଅତିରିକ୍ତ ସମୟ ମାଗିଥାନ୍ତି । ହେଲେ ସେତିକି ସମୟ ଶିକ୍ଷକ ନ ଦେଲେ ଛାତ୍ର ଯଦି ସରକାରଙ୍କ ବିରୋଧରେ ଅଭିଯୋଗ କରନ୍ତି । ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ମାତ୍ର ଏପରି ଘଟଣା ଘଟିଛି ।
ଦକ୍ଷିଣ କୋରିଆର ଏକ ଛାତ୍ରଗୋଷ୍ଠୀ ନିକଟରେ ସରକାରଙ୍କ ବିରୋଧରେ ଅଭିଯୋଗ କରି ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଦକ୍ଷିଣ କୋରିଆରେ ସବୁଠାରୁ କଷ୍ଟକର ପରୀକ୍ଷା ହେଉଛି ସୁନଙ୍ଗେ । କଲେଜ ପ୍ରବେଶିକା ପାଇଁ ଏହି ପରୀକ୍ଷା ଦିଆଯାଇଥାଏ । ଦକ୍ଷିଣ କୋରିଆର ସିଓଲରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାର ସମୟ ସରିବା ପରେ ଛାତ୍ର, ଶିକ୍ଷକଙ୍କୁ ଅତିରିକ୍ତ ସମୟ ମାଗଥିଲେ । କିନ୍ତୁ ଶିକ୍ଷକ ସେମାନଙ୍କ କାଗଜପତ୍ର ଛଡ଼ାଇ ନେଇଥିଲେ । ପରେ ଶିକ୍ଷକ ଦୟାପରବେଶ ହୋଇ ଛାତ୍ରମାନଙ୍କୁ ଦେଢ ମିନିଟ ଅତିରିକ୍ତ ସମୟ ଦେଇଥିଲେ । ଏହି ଦେଢ ମିନିଟରେ ସେମାନଙ୍କୁ କେବଳ ଖାଲି ସ୍ତମ୍ଭ ପୂରଣ କରିବାକୁ ଅନୁମତି ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ଅସନ୍ତୋଷ ହୋଇ କିଛି ଛାତ୍ର ପରୀକ୍ଷା ଛାଡି ସରକାରଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।
ସୂଚନା ଥାଉ କି, ସୁନଙ୍ଗେ ସବୁଠାରୁ ଦୀର୍ଘସମୟ ଚାଲୁଥିବା ଓ କଷ୍ଟଦାୟକ ପରୀକ୍ଷା ଭାବରେ ଦେଶରେ ଜଣାଶୁଣା । ଛାତ୍ରୀଛାତ୍ର ଏଥିପାଇଁ କଠିନ ପରିଶ୍ରମ କରିଥାନ୍ତି । ଏହି ପରୀକ୍ଷାକୁ ଦେଶରେ ‘ଜୀବନ ପରିବର୍ତ୍ତନକାରୀ ପରୀକ୍ଷା’ ମଧ୍ୟ କୁହାଯାଏ । ଏହି ପରୀକ୍ଷା କେବଳ କଲେଜରେ ନାମଲେଖା ପାଇଁ ନୁହେଁ କ୍ୟାରିୟର ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଏ । ଏହି ପରୀକ୍ଷା ଦୀର୍ଘ ୮ଘଣ୍ଟା ଧରି ଚାଲିଥାଏ । ମୋଟ ୮ ଘଣ୍ଟା ପରୀକ୍ଷା ସମୟରେ ଦକ୍ଷିଣ କୋରିଆ ସରକାର ନିଜର ଆକାଶ ସୀମା ମଧ୍ୟ ବନ୍ଦ କରିଦେଇଥାନ୍ତି । କେବଳ ଏତିକି ନୁହେଁ, ପରୀକ୍ଷା ଚାଲୁଥିବା ସମୟରେ ସରକାର ଷ୍ଟକ ମାର୍କେଟ ବନ୍ଦ କରିଦେଇଥାନ୍ତି ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ଧ୍ୟାନ ଭଙ୍ଗ ନ ହୁଏ ।
Comments are closed.