Latest Odisha News

BREAKING NEWS

କଣ୍ଟାବାଞ୍ଜିରେ ଚିନ୍ତା ବଢ଼ାଇଲା ଝାଡ଼ାବାନ୍ତି, ୨ ମୃତ, ୪ ଗୁରୁତର

ବଲାଙ୍ଗୀର: ରାଉରକେଲା ପରେ ବଲାଙ୍ଗୀର ର କଣ୍ଟାବାଞ୍ଜିରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୪ ଜଣ ଆକ୍ରାନ୍ତ ହୋଇକଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ସିଡିଏମଓ ।

ମୃତକ ହେଲେ ଟିଟିଲାଗଡ଼ ବ୍ଲକ ପୁଡାପଦର ଗାଁର ଚାନ୍ଦିନୀ ସାହୁ ଏବଂ ମୁରିବାହାଲ ବ୍ଲକ ମାଲିବାହାଲ ଗାଁର ସନ୍ତୋଷ ମାଝୀ । ତେବେ ସେମାନେ ଗତ ଦୁଇ ଧରି ଝଡ଼ ବାନ୍ତିରେ ଆକ୍ରାନ୍ତ ଥିଲେ । ଏହାସହ ସେମାନଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ଆଜି କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ଝାଡାବାନ୍ତି ବ୍ୟାପୁଥିବା ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ଚନ୍ଦ୍ର ମହନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ମେଡିକାଲରେ ଭର୍ତ୍ତି ଥିବା ରୋଗୀଙ୍କ ସହ ଆଲୋଚନା କରିବା ସହ ଡ଼ାକ୍ତର ମାନଙ୍କ ସହ କଥା ହୋଇଛନ୍ତି ।

ତେବେ ଝାଡ଼ା ବାନ୍ତି କେଉଁ କାରଣ ରୁ ବ୍ୟାପିଲା ତାହା ଜଣାପଡିନଥିବାବେଳେ, ଏସବୁର ଶୀଘ୍ର କାରଣ ଖୋଜାଯାଇ ତାର ନିରାକରଣ ହେବ ବୋଲି କହିଛନ୍ତି ବଲାଙ୍ଗୀର ମୁଖ୍ୟ ଚିକିତ୍ସାଧିକାରୀ । ସେପଟେ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିବାକୁ ନେଇ ଆତଙ୍କିତ ଅଞ୍ଚଳ ଲୋକେ ।

Comments are closed.