Latest Odisha News

‘ବୀର ବାଲ ଦୀବସ’: ଯଦି ତୁମେ ଫିଟ୍ ରହିବ, ତେବେ କ୍ୟାରିୟର ଏବଂ ଜୀବନରେ ସୁପରହିଟ୍ ହେବ’:ମୋଦି

ନୂଆଦିଲ୍ଲୀ: ଯଦି ତୁମେ ଫିଟ୍ ରହିବ, ତେବେ କ୍ୟାରିୟର ଏବଂ ଜୀବନରେ ସୁପରହିଟ୍ ହେବ’ । ଦିଲ୍ଲୀର ଭାରତ ମଣ୍ଡପରେ ‘ବୀର ବାଲ ଦୀବସ’ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶବାସୀଙ୍କୁ ଏହି ମନ୍ତ୍ର ଦେଇଛନ୍ତି । ଏହା ସହ ପିଏମ ମୋଦି ଆଉ ୧୦ ଟି ବଡ କଥା କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ମୁଁ ଖୁସି ଯେ ‘ବୀର ବାଲ ଦୀବସ’ ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଉଛି । ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ୟୁଏଇ ଏବଂ ଗ୍ରୀସରେ ଏହି ଦିବସ ସହ ଜଡିତ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି । ସମଗ୍ର ବିଶ୍ୱ ଭାରତର ସାହସୀ ସାହିବଜାଦୌ ଙ୍କ ବିଷୟରେ ଅଧିକ ଜାଣିବେ ଏବଂ ସେମାନଙ୍କର ମହାନ କାର୍ଯ୍ୟରୁ ଶିଖିବେ ।

ପିଏମ ମୋଦିଙ୍କ ୧୦ ଟି ବଡ କଥା-
ଯେପର୍ଯ୍ୟନ୍ତ ଆମେ ଆମର ଐତିହ୍ୟକୁ ସମ୍ମାନ କରିବାନାହିଁ, ବିଶ୍ବ ମଧ୍ୟ ଆମର ଐତିହ୍ୟକୁ ପ୍ରଶଂସା କରିବନାହିଁ । ଆଜି ଯେତେବେଳେ ଆମେ ଆମର ଐତିହ୍ୟ ପାଇଁ ଗର୍ବିତ, ଦୁନିଆର ଦୃଷ୍ଟିକୋଣ ମଧ୍ୟ ଏଥିପ୍ରତି ବଦଳିଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ମୁଁ ଖୁସି ଯେ ଆଜିର ଭାରତ ‘ଦାସତ୍ୱ ମାନସିକତା’ରୁ ବାହାରି ଆସୁଛି । ଆଜିର ଭାରତ ଏହାର ଲୋକ, ସାମର୍ଥ୍ୟ ଏବଂ ପ୍ରେରଣା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛି । ତେଣୁ ସାହିବଜାଦୌ ଙ୍କ ବଳିଦାନ ରାଷ୍ଟ୍ରୀୟ ପ୍ରେରଣା ବିଷୟ ଅଟେ । ଆଜିର ଭାରତରେ ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନ, ଗୋବିନ୍ଦ ଗୁରୁଙ୍କ ବଳିଦାନ ସମଗ୍ର ଦେଶକୁ ପ୍ରେରଣା ଯୋଗାଉଛି ।

ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ୟୁଏଇ ଏବଂ ଗ୍ରୀସରେ ‘ବୀର ବାଲ ଦୀବସ’ ସହ ଜଡିତ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି । ସମଗ୍ର ବିଶ୍ୱ ଭାରତର ସାହସୀ ସାହିବଜାଦୌ ଙ୍କ ବିଷୟରେ ଅଧିକ ଜାଣିବ ଏବଂ ସେମାନଙ୍କର ମହାନ କାର୍ଯ୍ୟରୁ ଶିଖିବେ ।
ଆଗାମୀ ୨୫ ବର୍ଷ ଆମ ଯୁବଶକ୍ତିଙ୍କ ପାଇଁ ବଡ଼ ସୁଯୋଗ ଆଣିବ । ଭାରତର ଯୁବକମାନେ ଯେକୌଣସି ଅଞ୍ଚଳ କିମ୍ବା ସମାଜରେ ଜନ୍ମ ହୋଇଥାନ୍ତୁ ନା କାହିଁକି ସେମାନଙ୍କର ସ୍ୱପ୍ନ ଅସୀମ ଆଉ ଏହି ସ୍ୱପ୍ନଗୁଡ଼ିକୁ ପୂରଣ କରିବା ପାଇଁ ସରକାରଙ୍କ ପାଖରେ ଏକ ସ୍ୱଚ୍ଛ ରୋଡ୍ ମ୍ୟାପ୍ ରହିଛି । ସ୍ୱଚ୍ଛ ଦର୍ଶନ ଅଛି, ସ୍ୱଚ୍ଛ ନୀତି ଅଛି ଏବଂ ଏହାର ଉଦ୍ଦେଶ୍ୟରେ କୌଣସି ତ୍ରୁଟି ନାହିଁ ।

ଆଜି ଭାରତ ହେଉଛି ବିଶ୍ୱର ଅନ୍ୟତମ ଦେଶ ମାନଙ୍କ ଭିତରେ ଗୋଟିଏ ଯେଉଁଠି ବହୁ ପରିମାଣର ଯୁବକ ଅଛନ୍ତି । ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ଭାରତ ରେ ଏତେ ସଂଖ୍ୟକ ଯୁବକ ନଥିଲେ । ଯେତେବେଳେ ସେହି ଯୁବ ଶକ୍ତି ଦେଶକୁ ସ୍ବାଧୀନତା ଦେଲେ, ଆଜିର ଯୁବ ଶକ୍ତି ଭାରତକୁ କେଉଁ ଉଚ୍ଚତାରେ ନେଇପାରେ ତାହା କଳ୍ପନା ବାହାରେ।

ଏହି ମାଟିର ସମ୍ମାନ ଏବଂ ଗୌରବ ପାଇଁ ଓ ଦେଶକୁ ଉନ୍ନତ କରିବାକୁ ଆମକୁ ବଞ୍ଚିବାକୁ ପଡିବ । ଏହି ମହାନ ଜାତିର ସନ୍ତାନ ଭାବରେ ଦେଶର ବିକଶିତ କରିବାକୁ ଆମକୁ ବଞ୍ଚିବାକୁ ହେବ, ସଂଗ୍ରାମ କରିବାକୁ ପଡିବ ।

ଗତ ବର୍ଷ, ଦେଶ ପ୍ରଥମ ଥର ପାଇଁ ୨୬ ଡିସେମ୍ବର କୁ ବୀର ବାଲ ଦିବସ ଭାବରେ ପାଳନ କଲା । ତା’ପରେ ସମଗ୍ର ଦେଶରେ ସମସ୍ତେ ସାହିବଜାଦୌ ଙ୍କ ବୀରତ୍ୱର କାହାଣୀ ଶୁଣିଲେ । ଏହି ଦିବସ ହେଉଛି ଭାରତୀୟତାର ସୁରକ୍ଷା ପାଇଁ କିଛି କରିବାକୁ ସଂକଳ୍ପର ପ୍ରତୀକ । ଏହି ଦିନ ଆମକୁ ମନେ ପକାଇ ଦିଏ ଯେ ସାହସିକତାର ଉଚ୍ଚତାରେ ଯୁବକ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

ଆଜି ଦେଶ ସାହସୀ ସାହିବଜାଦୌଙ୍କ ଅମର ବଳିଦାନକୁ ମନେ ରଖିଛି ଏବଂ ସେମାନଙ୍କଠାରୁ ପ୍ରେରଣା ନେଉଛି । ସ୍ବାଧୀନତାର ସୁବର୍ଣ୍ଣ ଯୁଗରେ ‘ବୀର ବାଲ ଦିବସ’ ଆକାରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ।
ଡ୍ରଗ୍ସ ବ୍ୟବହାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଧ୍ୟାତ୍ମିକ ନେତା, ସାମାଜିକ ସଂଗଠନମାନଙ୍କୁ ନିବେଦନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଯୁବକମାନଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିବା ସହ କହିଛନ୍ତି ଯେ ଯଦି ସେମାନେ ‘ଫିଟ୍’ ରୁହନ୍ତି ତେବେ ସେମାନେ କ୍ୟାରିୟର ଏବଂ ଜୀବନରେ ‘ସୁପରହିଟ୍’ ହେବେ ।

Comments are closed.