Latest Odisha News

BREAKING NEWS

ନୂଆବର୍ଷ ଗାଇଡଲାଇନ:ରାତି ସାଢେ ୧୨ଟା ଯାଏ ସେଲେବ୍ରେଶନ, ବେଶି ମଦ ପିଇବାକୁ ମନା

ଭୁବନେଶ୍ୱର:ନୂଆ ବର୍ଷ ୨୦୨୪ ପାଇଁ ସଜେଇ ହେଉଛି ରାଜଧାନୀ । ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଜିରୋ ନାଇଟ ସେଲେବ୍ରେଶନ ପାଇଁ ସମସ୍ତଙ୍କର ଅପେକ୍ଷା । ଏପରି ସ୍ଥିତିରେ  ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି କଟକଣା ।

ନୂଆ ଗାଇଡ ଲାଇନ ଅନୁଯାୟୀ,  ବାର୍ ଓ ହୋଟେଲ ଗୁଡ଼ିକ  ରାତି ୧୨.୩୦ ଯାଏ ଖୋଲ ରହିବ    ।  ଆଉ ଅଧିକ ସମୟ ପାଇଁ ଖୋଲିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ଦରକାର। ଏଥର ନୂଆ ବର୍ଷରେ ରାଜଧାନୀବାସୀ ଅଧିକ ମଦ୍ୟପାନ କରି ପାରିପାରିବେ ନାହିଁ।

ଆଜି ହୋଟେଲ ଓ ବାର୍ ମାଲିକଙ୍କୁ ନେଇ ଏକ ବୈଠକ ବସିଥିଲା । ହୋଟେଲ ଓ ବାର୍ ଗୁଡ଼ିକରେ କିପରି ନୂଆ ବର୍ଷ ପାଳନକାରାଯିବ ଡିସିପିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗାଇଡ ଲାଇନ ଉପରେ ଆଲୋଚନା କରାଯାଇଥିଲା ।  ନୂଆ ଗାଇଡ ଲାଇନ ଅନୁସାରେ,  ରାତି ସାଢ଼େ ୧୨ଟା ଯାଏ ହୋଟେଲ ଓ ବାର୍ ଖୋଲିବା ପାଇଁଅନୁମତି ମିଳିଥିଲା । ହେଲେ ହୋଟେଲମାଲିକମାନେ ରାତି ୧.୩୦ ଯାଏ ଖୋଲିବା ପାଇଁ ଅନୁମତି ମାଗିଥିଲେ ।

ଯେଉଁ ହୋଟେଲ୍ କିମ୍ବା ବାର୍ ମାଲିକ ମାନେ ୧ଟା ୩୦ ଯାଏ ଖୋଲିବାକୁ ଚାହିଁବ, ସେଥିପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ। ପାର୍କିଂ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ପଡ଼ିବ। ଗ୍ରାହକ ଯେପରି ଅଧିକ ମଦ୍ୟପାନ ନ କରନ୍ତି ସେଥିପ୍ରତି ବାର୍ ଓ ହୋଟେଲ କର୍ତ୍ତୃପକ୍ଷ ଧ୍ୟାନ ଦେବେ ବୋଲି  ଗାଇଡଲାଇନରେ ନିର୍ଦ୍ଦେଶ ରହିଛି ।

Comments are closed.