Latest Odisha News

ହକି ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ଭଡ଼ାରେ ଆଣିବେ ୨ ଏୟାରକ୍ରାଫ୍ଟ

ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୩ରୁ ଆରମ୍ଭ ହେବ ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ ବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌(ମହିଳା ଓ ପୁରୁଷ) ୨୦୨୩-୨୪ । ଏହାର କେତେକ ଲିଗ୍ ଓଡ଼ିଶାରେ ମଧ୍ୟ ଖେଳାଯିବ । ଖେଳାଳି ଏବଂ ଅଧିକାରୀ ସୁରକ୍ଷିତ ଭାବେ ଯିବା ଆସିବା କରିବା ପାଇଁ ସରକାର ଦୁଇଟି ଏୟାରକ୍ରାଫ୍ଟ ଭଡ଼ାରେ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଦୁଇଟି ଏୟାରକ୍ରାଫ୍ଟ ଫେବୃୟାରୀ ୧୦ରୁ ୧୭ତାରିଖ ମଧ୍ୟରେ ଭୁବନେଶ୍ୱରରୁ ରାଉରକେଲା ଏବଂ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାତ୍ରା କରିବ ।
ଏହି ଏୟାରକ୍ରାଫ୍ଟ ଭଡ଼ାରେ ଆଣିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ କୋଟେଶନ ମାଗିଛନ୍ତି । ଯୋଗ୍ୟ ତଥା ଇଚ୍ଛୁକ ଏୟାରକ୍ରାଫ୍ଟ ଅପରେଟରମାନେ https:/tendersodisha.gov.in/nicgep/app ଏବଂ  https://ct.odisha.gov.in/tenders ୱେବ୍‌ସାଇଟ୍‌ରୁ କୋଟେଶନ ଫର୍ମ ଡାଉନଲୋଡ୍ କରି ଆବେଦନ କରିବା ପାଇଁ କୁହାଯାଇଛି । ଜାନୁୟାରୀ ୧୬ ଅପରାହ୍ନ ୩ଟା ମଧ୍ୟରେ ସମସ୍ତ ପ୍ରସ୍ତାବଗୁଡ଼ିକ ପହଞ୍ଚିବା ଦରକାର ।

Comments are closed.