Latest Odisha News

BREAKING NEWS

ଆନିମଲ ପାର୍କରେ ବବିଙ୍କୁ ମିଳିବ ଅଧିକ ସ୍କ୍ରିନ ଟାଇମ

ମୁମ୍ବାଇ: ୨୦୨୩ରେ ରଣବୀର କାପୁର ଓ ବବି ଦେଓଲ ଅଭିନୀତ ଆନମିଲ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ଏହାର ସଫଳତା ପରେ ମେକର୍ସ ଦ୍ୱିତୀୟ ପାର୍ଟର ଘୋଷଣା ମଧ୍ୟ କରି ସାରିଛନ୍ତି । ଆନିମଲ ପାର୍କରେ ବବି ଦେଓଲଙ୍କୁ ଅଧିକ ସ୍କ୍ରିନ ଟାଇମ ମିଳିବ ବୋଲି ଜଣାପଡିଛି । ଏହି ପାର୍ଟରେ ବବି ଦେଓଲ କିଭଳି ଜୀବିତ ହେଲେ ତାହା ମଧ୍ୟ ଦେଖାଯିବ । ମେକର୍ସ ଦ୍ୱିତୀୟ ପାର୍ଟରେ ଇମୋଶନ ଡ୍ରାମା ଅଧିକ ରଖିବା ପାଇଁ ଯୋଜନା କରିଛନ୍ତି । ଆନିମଲ ଫିଲ୍ମକୁ ଯୁବ ପିଢ଼ୀ ବେଶ ପସନ୍ଦ କରିଥିଲେ ମଧ୍ୟ ମହିଳା ଦର୍ଶକ ଏହାଠାରୁ କିଛି ମାତ୍ରାରେ ଦୂରେଇ ରହିଥିଲେ । ଏବେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଆନିମଲ ଭାରତରେ କେବଳ ୫୫୦ କୋଟି ଟଙ୍କା ଆୟ କରିସାରିଛି । ଟିସିରିଜ, ସିନେ୧ ଷ୍ଟୁଡିୟୋଜ ଓ ଭଦ୍ରକାଳୀ ପିକ୍‌ଚର୍ସ ଏହାକୁ ମିଳିତ ଭାବେ ପ୍ରସ୍ତୁତ କରିଥିଲେ । ବବି ଓ ରଣବୀର ବ୍ୟତୀତ ଅନୀଲ କାପୁର, ରଶ୍ମିକା ମାନ୍ଧାନା ଓ ତୃପ୍ତି ଡିମୋରୀ ଏଥିରେ ଅଭିନୟ କରିଥିଲେ । ଆନିମଲ ପାର୍କର ସ୍କ୍ରିପ୍ଟ ଖୁବ ଶୀଘ୍ର ଚୂଡାନ୍ତ କରାଯିବା ପରେ ଏହାର ଅନ୍ୟ କଳାକାର ଚୟନ କରାଯିବ ।

Comments are closed.