ପ୍ରତିଭା ସାହୁ
କଳ କଳ ସ୍ରୋତେ ବହି ଚାଲିଥାଏ ସାଗରେ ମିଶିବା ପାଇଁ
ଅଙ୍କାବଙ୍କା ପଥ ଅତିକ୍ରମ କରି ଗୁଣୁ ଗୁଣୁ ଗୀତ ଗାଇ
ବିଧାତା ଲେଖିଛି ସୁଖ ଦୁଃଖ ସବୁ କର୍ମ ନିଜ ନିଜ ହାତେ
କାହିଁ କେତେକାଳୁ ସ୍ଥିତପ୍ରଜ୍ଞା ହୋଇ ଚାଲିଛିରେ ଗତିପଥେ ।।
ନଦୀ ବୋଲି ସିନା ଅକୁଣ୍ଠ ଚିତ୍ତରେ ସଭିଙ୍କୁ ଆଦରେ ସିଏ
ସ୍ନେହ ମମତାର ପୁଣ୍ୟ ସଲିଳରେ ପାପ ସବୁ ଧୋଇଦିଏ
ନାବିକର ଗୀତ ମୂର୍ଚ୍ଛନା ତୋଳୁଛି ଦିବସର ଅନ୍ତରାଳେ
କେତେ ଜଳଜୀବ ବାସ ଯେ କରନ୍ତି ତାହାର ମଧୁର ଜଳେ ।।
ଝଡି ବରଷାରେ ଅନ୍ତର ବେଦନା ମରମକୁ ଜାଳିଅଛି
ପ୍ରୀତିପୂର୍ଣ୍ଣା ହୋଇ ପୂରିଉଠେ ଯେବେ ଅର୍ନ୍ତଦାହେ ଉଛୁଳିଛି
ପରିପୂର୍ଣ୍ଣ ରାତି ଜହ୍ନ ଆଲୁଅରେ ଚିକ୍ ମିକ୍ ଦିଶୁଥାଏ
ଗଭୀର ହୋଇ ସେ ସଵୁ ତିକ୍ତତାକୁ ରୂପାନ୍ତର କରୁଥାଏ ।।
ଯୁଗାନ୍ତ କାଳରୁ ଦେଖି ଆସିଅଛି ଅନେକ ଯେ ଇତିହାସ
ଚିରକାଳ ବହୁଥିବ ଜୀବନରେ ନାହିଁ ତା’ର ଅବଶୋଷ ।।
Comments are closed.