Latest Odisha News

ସିମୁଳିଆ ବିଡିଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ବାଲେଶ୍ବର : ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସରକାରୀ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଆଜି ଅଫିସ୍ ଆସି କିଛି ସମୟ କାମ କରିବା ପରେ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ସିମୁଳିଆ ପୋଲିସ ଓ ତହସିଲଦାର ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ଆଜି ବିଡିଓ ବିଶ୍ୱରଞ୍ଜନ ମହାନ୍ତି ସବୁଦିନ ପରି ଅଫିସ ଆସିଥିଲେ। କିଛି ସମୟ କାମ କରିବା ପରେ ରୁମ୍ କୁ ଯାଇ ଆଉ ଫେରି ନଥିଲେ। ଭିଡିଓ କନଫରେନ୍ସିଂରେ ଚାଲିଥିବା ଏକ ମିଟିଂରେ ଯୋଗ ନଦେବାରୁ ବିଶ୍ୱରଞ୍ଜନଙ୍କୁ ଖୋଜା ପଡିଥିଲା । କର୍ମଚାରୀମାନେ ସରକାରୀ ବାସଭବନ ଯାଇ ଦେଖିଲା ବେଳକୁ ଭିତର ପଟୁ କବାଟ ଦିଆଯାଇଥିଲା। ବିଡିଓଙ୍କୁ ଡାକିବା ସତ୍ତ୍ୱେ ସେ ଶୁଣିନଥିଲେ । ସନ୍ଦେହ ହେବାରୁ କର୍ମଚାରୀ କବାଟ ଭାଙ୍ଗି ଥିଲେ। ସେଠରେ ତାଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ।  ଘଟଣାସ୍ଥଳରେ ସିମୁଳିଆ ପୋଲିସ ଓ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.