Latest Odisha News

BREAKING NEWS

ରାଜ୍ୟ ମୋର୍ଚ୍ଚା ପ୍ରଭାରୀଙ୍କ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ନାମ ତାଲିକା ଘୋଷଣା କରାଯାଇଛି ।

ଯୁବ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଓବିସି ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ତଥା ବିଧାୟକ ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାମ ଘୋଷଣା କରିଛି ବିଜେପି । ସେହିପରି କୃଷକ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର, ଅନୁସୁଚିତ ଜାତି (ଏସ୍‌ସି) ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ସଂପାଦକ ଶ୍ରୀ ରମେଶ ସାହୁ ଏବଂ ଅନୁସୁଚିତ ଜନଜାତି (ଏସ୍‌ଟି) ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଅଛି ବୋଲି ପ୍ରେସ୍ ବାର୍ତ୍ତା ଜରିଆରେ ସୂଚନା ଦେଇଛି ବିଜେପି ।

Comments are closed.