Latest Odisha News

BREAKING NEWS

ୟୁ.ଟି.ଆ କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି

ଭୁବେନଶ୍ଵର: ଦେଶ ପାଳିଛି ୭୫ତମ ସାଧାରଣତନ୍ତ୍ର ଦିବସ । ସେଥିପାଇଁ ସାରା ରାଜ୍ୟରେ ଜାତୀୟ ଧ୍ଵଜା ସମ୍ମାନର ସହ ଉତ୍ତୋଳନ କାରଯାଇଛି । ଏହି ପରିପେକ୍ଷୀରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ(ୟୁ.ଟି.ଆ) କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଛି । ଏହି ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।

ଉପସଭାପତି ଡା. ଅର୍ଜୁନ କୁମାର ବିଶ୍ଵାଳଙ୍କ ସଭାପତିତ୍ଵରେ ଡା. ଶରତ କୁମାର ରଥ, ଶିବ ପ୍ରସାଦ ସ୍ଵାଇଁ, ପବିତ୍ର ମୋହନ ଦାସ, ନିରଞ୍ଜନ ଭୁୟାଁ, ଭରତ ଚନ୍ଦ୍ର ନାୟକ ପ୍ରମୁଖ ବକୃତା ଦେଇ ସାଧାରଣତନ୍ତ୍ର ଦିବସର ଅନୁଚିନ୍ତା ମୁଳକ ଆଲୋଚନା କରିଥିଲେ । ଶେଷରେ ସମସ୍ତଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।

Comments are closed.