Latest Odisha News

ଭାରତୀୟ ପୂଜାରୀଙ୍କୁ ବ୍ରିଟେନରେ ମିଳୁନି ଭିସା, ବନ୍ଦ ହୋଇଗଲାଣି ୫୦ ମନ୍ଦିର

ଲଣ୍ଡନ: ବ୍ରିଟେନରେ ରହୁଥିବା ହିନ୍ଦୁମାନଙ୍କ ଭାରତବଂଶୀ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗିଛି । ସୁନକ ସରକାର ଭାରତୀୟ ପୂଜାରୀଙ୍କୁ ଭିସା ଜାରୀ କରୁ ନ ଥିବାରୁ ସେମାନେ ବିରକ୍ତ ହୋଇ ପଡିଛନ୍ତି । ଏଥିଯୋଗୁ ବ୍ରିଟେନର ୫୦୦ ମନ୍ଦିର ମଧ୍ୟରୁ ୫୦ ବନ୍ଦ ହୋଇଯିବା ପରିସ୍ଥିତିରେ ପଂହଚିଛି । ବ୍ରିଟେନରେ ୨୦ ଲକ୍ଷ ଭାରତୀୟ ହିନ୍ଦୁ ରହୁଛନ୍ତି । ସେମାନଙ୍କ ପାଇଁ ପୂଜାରୀଙ୍କ ଘୋର ଆବଶ୍ୟକତା ରହିଛି । ମନ୍ଦିର ଦାୟିତ୍ୱ ନେବା ବ୍ୟତୀତ ଗୃହ ପ୍ରବେଶ, ବିବାହ ଓ ଅନ୍ୟ ଧାର୍ମିକ କାର୍ଯ୍ୟ ନେଇ ସେଠାକାର ହିନ୍ଦୁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହିନ୍ଦୁ ହୋଇଥିବାରୁ ଆମେ ଆଶା କରିଥିଲୁ ପ୍ରଧାନମନ୍ତ୍ରୀ ଆମ ସମସ୍ୟା ବୁଝିପାରିବେ, ମାତ୍ର ସେଥିପ୍ରତି ତାଙ୍କର ଚିନ୍ତା ନାହିଁ ବୋଲି ଲକ୍ଷ୍ମୀନାରାୟଣ ମନ୍ଦିରର ସହାୟକ ପୂଜାରୀ ସୁନୀଲ ଶର୍ମା କହିଛନ୍ତି ।

ଲେବର ପାର୍ଟିର ବରିଷ୍ଠ ସାଂସଦ ଗ୍ୟାରେଥ ଥମାସ ମଧ୍ୟ ଗୃହମନ୍ତ୍ରୀଙ୍କୁ ପତ୍ର ଲେଖିକରି ଟିୟର ୫ ଧାର୍ମିକ କାର୍ଯ୍ୟକ୍ରମ ଭିସା ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଜଣାଇଛନ୍ତି । ଏହି ଭିସା ଅବଧି ୨ରୁ ବୃଦ୍ଧି କରି ୩ କରିବା ପାଇଁ ମଧ୍ୟ ସେମାନେ ଦାବୀ କରିଛନ୍ତି ।

Comments are closed.