Latest Odisha News

ଆରଏସ୍‌ଏସ୍ ଓଡିଶା ପୂର୍ବପ୍ରାନ୍ତର ପ୍ରାନ୍ତ ସଂଘଚାଳକ ନିର୍ବାଚନ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ଦୁଇ ଦିନିଆ ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫେବୃୟାରୀ ୩ ଓ ୪ ଦୁଇ ଦିନ ଧରି ଅନୁଷ୍ଠିତ ଏହି ବୈଠକର ଶେଷ ଦିନରେ ସଂଘର ପ୍ରାନ୍ତ କାର୍ଯ୍ୟକାରିଣୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଏହି ନିର୍ବାଚନରେ ସମୀର କୁମାର ମହାନ୍ତି ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ରୂପେ ନିର୍ବାଚିତ ହୋଇଛନ୍ତି । ଏଥି ସହିତ ମନସୁଖଲାଲ ସେଠିଆ ସହ-ପ୍ରାନ୍ତ ସଂଘଚାଳକ ରୂପେ ମନୋନୀତ ହୋଇଛନ୍ତି । ଶରତ ସେନ୍‌,ପ୍ରଭାତ କୁମାର ସାହୁ ଓ ମନୋଜ ଚୌଧୁରୀ ତିନିଜଣ କେନ୍ଦ୍ରୀୟ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି।

ଏହି ନିର୍ବାଚନ ପ୍ରତି ତିନି ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ଏହି ନିର୍ବାଚନରେ ପୂର୍ବକ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରାସଦ ସାହୁ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବେଳେ ଡ. ଭଗବାନ ତ୍ରିପାଠୀ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିଲେ।

ଶ୍ରୀ ମହାନ୍ତି ପ୍ରାନ୍ତ ସଂଘଚାଳକ ଭାବେ ନିର୍ବାଚିତ ହେବା ପରେ ସେ ତାଙ୍କର ନୂତନ ପ୍ରାନ୍ତ କାର୍ଯ୍ୟକାରିଣୀ ଘୋଷଣା କରିଥିଲେ । ସଂଘର
ଓଡିଶା ପୂର୍ବ ପ୍ରାନ୍ତର ନୂତନ କାର୍ଯ୍ୟକାରିଣୀରେ ମୋଟ ୨୦ ସଦସ୍ୟ ମନୋନୀତ ହୋଇଥିବା ବେଳେ ଗତିବିଧି କାର୍ଯ୍ୟପାଇଁ ୭ ଜଣ ଓ ନିମନ୍ତ୍ରିତ ସଦସ୍ୟ ଭାବେ ୨ ଜଣ ମନୋନୀତ ହୋଇଛନ୍ତି ।

Comments are closed.