Latest Odisha News

BREAKING NEWS

ଆଦିବାସୀ ମେଳାରେ ଜନଜାତି କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ବହୁଭାଷୀ ନାଟକ ଏକ ପ୍ରମୁଖ ଆକର୍ଷଣ

ଭୁବନେଶ୍ୱର : ଓଡ଼ିଶାର ଅନୁସୂଚିତ ଜନଜାତିଙ୍କ ଭାଷାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ନିମନ୍ତେ ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବହୁଭାଷୀ ନାଟକ ମହୋତ୍ସବରେ ବାଲ୍ୟ ବିବାହ ସମ୍ପର୍କିତ ସଚେତନତା ଉପରେ ଆଧାରିତ କୋରାପୁଟିଆ ଦେଶୀଆ ଭାଷାର ଏକ ସୁନ୍ଦର ନାଟକ “ଦେଖ୍ ମେଟା ତୋର ଟୋକିର୍ କାତା” ମଞ୍ଚସ୍ଥ ହୋଇଯାଇଛି । କୋରାପୁଟ ଜିଲ୍ଲାର ଗୁଣ୍ଡାଲ୍ କୁଣ୍ଡ୍ରାର “ମାଆ ମଉଲି କଳା ପରିଷଦ”ର ନିର୍ଦେଶକ ସୁନ୍ଦରମାଲ୍ ବାରିକ ଏହି ଆଦିବାସୀ ବହୁଭାଷିକ ନାଟକ ଜରିଆରେ ମହତ୍ଵପୂର୍ଣ ସନ୍ଦେଶ ଦେଇଛନ୍ତି । ଗ୍ରାମର ଶିକ୍ଷିତ ଲୋକଙ୍କ ହସ୍ତକ୍ଷେପ ଦ୍ୱାରା କିପରି ବାଲ୍ୟ ବିବାହକୁ ବନ୍ଦ କରାଗଲା ଏବଂ ପରବର୍ତ୍ତୀ ସମୟରେ ଉଭୟ ଝିଅ ଓ ପୁଅ ଉଚ୍ଚ ଶିକ୍ଷିତ ହୋଇ ଉନ୍ନତ ଜୀବନ ଯାପନ କଲେ ତାହା ଏହି ନାଟକର ମୁଖ୍ୟ କାହାଣୀ ରହିଥିଲା ।

ଦ୍ୱିତୀୟ ନାଟକ ଭାବରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଷ୍ଟଝରଣର ‘ମା’ ଚିନ୍ତାମଣି ମୁଣ୍ଡାରୀ ଅପେରା’ର ମୁଣ୍ଡାରୀ ଭାଷାରେ ମଞ୍ଚସ୍ଥ ହେମଲ ଉମ୍ବବୁଲ’ ଡାହାଣୀମାନଙ୍କୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସ ଉପରେ ଆଧାରିତ ଏହି ନାଟକରେ କିଭଳି ଗୋଟିଏ ପରିବାର ନିଜ ମା’ଙ୍କୁ ଡାହାଣୀ ଭାବି ଅଲଗା କରିଦିଅନ୍ତି ଏବଂ ଅବୈଜ୍ଞାନିକ, ଅନ୍ଧବିଶ୍ୱାସୀଙ୍କ ବିରୋଧରେ ଏହି ନାଟକରେ ଏକ ଦୃଢ଼ ବାର୍ତ୍ତା ଦେଇଥିଲା ।

ମୋବାଇଲର ବିପଦ ବର୍ତ୍ତମାନ ଆମ ସମାଜ ପାଇଁ ବୋଝ ପାଲଟିଛି। ଶତ୍ରୁଘନ ସିଂହଙ୍କ ନିର୍ଦ୍ଦେଶିତ ଏହି ନାଟକ “ରିଲିଙ୍ଗ କେଡାମନ୍ମି ଜୀବନ ରେୟା ସେନହୋରା” ଜଣେ ଆଦିବାସୀ ଯୁବକ କିଭଳି ଏହାର ଶିକାର ହୋଇଛନ୍ତି ଏବଂ ତାଙ୍କ ଜୀବନ କିପରି ପ୍ରଭାବିତ ହେଉଛି । ଏହି ନିଶା ଯୋଗୁଁ ସେ କିପରି ନିଜର ପ୍ରେମ, ପରିବାର ଏବଂ ବୃଦ୍ଧ ପିତାମାତାଙ୍କୁ ହରାଇଛନ୍ତି ତାହା ମୟୂରଭଞ୍ଜ ଜିଲ୍ଲା ଉଦଳା ଖଡିଆବାସାରୁ ଆସିଥିବା “ମାଁ ବିରାଟପାଟ ତାୟାନ୍ ବୁର୍ ବଂଗା ମାଡ଼ିଲ ଡ୍ରାମାଟିକ୍ କ୍ଲବ”ର ଏହି ନାଟକରେ ଦର୍ଶାଯାଇଛି ।

ପରେ ନିର୍ଦ୍ଦେଶକ ଗଙ୍ଗାଧର ହେମ୍ବ୍ରମଙ୍କ ସାନ୍ତାଳି ନାଟକ “ଦିନ ଗେ ଡୁବୁଙ୍ଗ ଡୁବୁଙ୍ଗ” ନାମକ ଏକ ସଚେତନତା ନାଟକ ପରିବେଷଣ ହୋଇଥିଲା । ଅନେକ ଆଦିବାସୀ ସମ୍ପ୍ରଦାୟରେ ନୃତ୍ୟ ଏବଂ ସଙ୍ଗୀତ ଭଳି ମନୋରଞ୍ଜନର ଅତ୍ୟଧିକ ବ୍ୟବହାର ଯୋଗୁଁ ସେମାନଙ୍କର ମୁଖ୍ୟସ୍ରୋତର କାର୍ଯ୍ୟକଳାପ ପ୍ରଭାବିତ ହେଉଛି ଏବଂ ସେମାନେ ଅତ୍ୟନ୍ତ ନିମ୍ନ ଆୟ ଏବଂ “ଅସନ୍ତୁଳିତ” ଜୀବନଶୈଳୀ ସହିତ ଜୀବନ ଯାପନ କରୁଛନ୍ତି ।

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଏକ ସମକାଳୀନ କାର୍ଯ୍ୟକ୍ରମ ଭାବେ ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଶିକ୍ଷା ଓ ଅନ୍ୟାନ୍ୟ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ବହୁଭାଷୀ ଆଭିମୁଖ୍ୟ ଉପରେ ଏକ ସୁନ୍ଦର ବାର୍ତ୍ତା ଦେବ ବୋଲି ଆଶା ପ୍ରକାଶ କରାଯାଉଛି ।

Leave A Reply

Your email address will not be published.