Latest Odisha News

ଇଂଲଣ୍ଡ ବିପକ୍ଷରେ ରେକର୍ଡ କଲେ ଅଶ୍ୱୀନ, ଡବ୍ଲ୍ୟୁଟିସିରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ବିଶାଖପଟନମ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୧୦୬ ରନରେ ଇଂଲଣ୍ଡକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିଛି । ଭାରତ ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଟିମ ଇଣ୍ଡିଆ ଏହା ପୂର୍ବରୁ ୫ମ ସ୍ଥାନରେ ରହିଥିଲା । ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱୀନ ଭାରତ ପକ୍ଷରୁ ବଡ ଉପଲବ୍ଧି ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ସେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିଛନ୍ତି । ସେ ପୂର୍ବତନ ସ୍ପିନର ଭାଗବତ ଚନ୍ଦ୍ରଶେଖରଙ୍କୁ ପଛରେ ପକାଇ ଦେଇଛନ୍ତି । ଚନ୍ଦ୍ରଶେଖର ୨୩ ଟେଷ୍ଟରେ ୯୫ ୱିକେଟ ନେଇଥିଲେ । ଅଶ୍ୱୀନ ୨୧ ଟେଷ୍ଟରେ ୯୭ ୱିକେଟ ଅକ୍ତିଆର କରିଛନ୍ତି ।

ଅଶ୍ୱୀନ ଅଳ୍ପକେ ଟେଷ୍ଟ କ୍ରିକେଟରରେ ୫୦୦ ୱିକେଟ ହାସଲ କରିବାକୁ ରହି ଯାଇଛନ୍ତି । ସେ ଏବେ ୪୯୯ ୱିକେଟ ନେଇଛନ୍ତି । ତୃତୀୟ ଟେଷ୍ଟରେ ସେ ଏହି ଲ୍ୟାଣ୍ଡମାର୍କ ଛୁଇଁବେ ବୋଲି ଆଶା କରାଯାଉଛି । ପ୍ରଥମ ଥର ପାଇଁ ଭାରତରେ ଖେଳା ଯାଉଥିବା କୌଣସି ଟେଷ୍ଟରେ ଉଭୟ ଟିମ ୨ ଥର ଲେଖାଁଏ ଅଲଆଉଟ ହୋଇଛନ୍ତି । ଏହି ମ୍ୟାଚରେ ଭାରତ ପକ୍ଷରୁ ଯଶସ୍ୱୀ ଜୈସୱାଲ, ଶୁଭମନ ଗିଲ ବ୍ୟାଟିଂରେ କମାଲ କରିଥିବା ବେଳେ ଯଶପ୍ରୀତ ବୁମରାହ ଓ ଅଶ୍ୱୀନ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ।

Comments are closed.