Latest Odisha News

BREAKING NEWS

ପରଲୋକରେ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନୀ ଦେଓ

ଭୁବନେଶ୍ୱର: ପରଲୋକରେ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ ଦେଓ। ଗତ କିଛି ଦିନ ହେବ ସେ ଗୁରୁତର ହୋଇପଡିବାରୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଳମ୍ବିତ ରାତି ୧୨ଟା ୪୪ ମିନିଟରେ ସେ ୮୬ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

ଅସୁସ୍ଥ ଥିବା ଜାଣି ମୁଖ୍ୟମନ୍ତ୍ରୀ ଏବଂ ବିଜେଡିର ବରିଷ୍ଠ ନେତା ମାନେ ଗତକାଲି ଚେନ୍ନାଇ ଯାଇ ଭି.ସୁଜ୍ଞାନୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ଆଶୁ ଆରୋଗ୍ୟ କାମନା କରିଥିଲେ। କିନ୍ତୁ ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି।

ରାଣୀଙ୍କ ମୃତ୍ୟୁରେ କବିସୂର‌୍ୟ୍ୟନଗର ଏବଂ ଖଲ୍ଲିକୋଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଖଲ୍ଲିକୋଟରୁ ୮ ଥର ଏବଂ କବିସୂର‌୍ୟ୍ୟନଗରରୁ ୨ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।

୧୯୬୧-୬୭ରେ କଂଗ୍ରେସ ଟିକେଟରେ ରାଣୀ ଭି ସୁଜ୍ଞାନୀ ପ୍ରଥମେ ନିର୍ବାଚିତ ହୋଇଥିଲେ। ପରେ ୧୯୬୪ରୁ ୧୯୬୭ରେ ସେ ଉତ୍କଳ କଂଗ୍ରେସ ଟିକେଟରେ ବିଧାୟିକା ହୋଇଥିଲେ। ଏହାପରେ ସେ ଜନତା ପାର୍ଟିରେ ଯୋଗ ଦେଇ ୧୯୮୫ରୁ ୯୦ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୨୦୦୦ ମସିହା ମଧ୍ୟରେ ଦୁଇ ଥର ଖଲ୍ଲିକୋଟରୁ ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୦୯ ସମାନ ଆସନରୁ ବିଜେଡିରୁ ନିର୍ବାଚିତ ହେବା ପରେ ୨୦୦୯ ଏବଂ ୨୦୧୪ରେ ତାଙ୍କର ଆସନ ବଦଳିଥିଲା ଏବଂ ସେ କବିସୂର୍ଯ୍ୟନଗର ଆସନରୁ ନିର୍ବାଚିତ ହୋଇଥିଲେ।

Comments are closed.