କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ହାଇପାୱାର କମିଟି ଗଠନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କମିଟି ଗଠନ କରିବା ଲାଗି ଗତ ବର୍ଷ ସେପ୍ଟେମ୍ବର ମାସରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏନେଇ ଆସନ୍ତା ୪ ସପ୍ତାହର ସମୟ ମାଗିଛନ୍ତି ରାଜ୍ୟ ସରକାର ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ଏହା ଭିତରେ ଥିବା ଅଳଙ୍କାର ଓ ଅନ୍ୟ ଜିନିଷ ଗଣନା ପାଇଁ ଉଚ୍ଚ ସ୍ତରୀୟ କମିଟି ଅଧକ୍ଷାଙ୍କୁ ୪ ସପ୍ତାହ ଭିତରେ ନିଯୁକ୍ତ କରାଯିବ । ହାଇକୋର୍ଟ ବା ସୁପ୍ରିମକୋର୍ଟର ଅବସର ପ୍ରାପ୍ତ ବିଚାରପତିଙ୍କୁ ଅଧକ୍ଷ କରାଯିବ । ହାଇକୋର୍ଟଙ୍କୁ ସରକାର ଏ ନେଇ ଆଜି ଅବଗତ କରିଛନ୍ତି ।
୨୦୨୩ ସେପ୍ଟେମ୍ୱର ୨୯ର ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସମୀର ମହାନ୍ତି ଏକ ଅନ୍ତରୀଣ ଆବେଦନ କରିଥିଲେ । ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
Comments are closed.