Latest Odisha News

ମୁସ୍ତାଫିଜୁର ରହେମାନଙ୍କ ମୁଣ୍ଡରେ ବାଜିଲା ବଲ

ଢ଼ାକା: ପେସ ବୋଲର ମୁସ୍ତଫିଜୁର ରହେମାନ ବାଂଲାଦେଶ ପ୍ରିମିୟର ଲିଗ ଅଭ୍ୟାସ ସେଶନ ଅବସରରେ ଆଘାତପ୍ରାପ୍ତ ହୋଇଛନ୍ତି । କୋମିଲା ଭିକ୍ଟୋରିୟନ୍ସ ଟିମ ଜୋହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଅଭ୍ୟାସ କରୁଥିଲେ । ସେ ବୋଲିଂ ପାଇଁ ଅଭ୍ୟାସ କରୁଥିବା ବେଳେ ଅନ୍ୟ ନେଟ୍ସରେ ବ୍ୟାଟିଂ କରୁଥିବା ଲିଟନ ଦାସଙ୍କ ଏକ ଶଟ ତାଙ୍କ ମୁଣ୍ଡ ପଛପଟେ ଆସି ବାଜିଥିଲା । ସେ ତଳେ ପଡି ଯାଇଥିଲେ ଏବଂ ତାଙ୍କ ମୁଣ୍ଡରୁ ରକ୍ତ ବାହାରିଥିଲା । ମୁସ୍ତଫିଜୁରଙ୍କୁ ତତକ୍ଷଣାତ ଇମ୍ପରିୟଲ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସିଟି ସ୍କାନରେ ତାଙ୍କ ଆଘାତ ସମସ୍ୟା ଗୁରୁତର ନ ଥିବା ଜଣାପଡିଛି ।

କିଛି ଦିନ ଡାକ୍ତରଖାନାରେ ରହିବା ପରେ ସେ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଛନ୍ତି । ୧୯ରେ ହେବାକୁ ଥିବା ମ୍ୟାଚରେ ସେ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ନୂତନ ଖେଳାଳିଙ୍କୁ ସାମିଲ କରାଯିବ । ସେ ଏ ପର୍ଯ୍ୟନ୍ତ ୯ ମ୍ୟାଚରେ ୧୧ ୱିକେଟ ହାସଲ କରିଛନ୍ତି । କୋମିଲା ଭିକ୍ଟରିୟନ୍ସ ୯ ମ୍ୟାଚରୁ ୧୪ ପଂଏଟ ସହ ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।

Comments are closed.