Latest Odisha News

ଇଡିର ଷଷ୍ଠ ସମନକୁ ବି କେଜ୍ରିଓ୍ବାଲଙ୍କ ବେଖାତିର୍, ଆପ୍ କହିଲା କୋର୍ଟର ନିର୍ଦ୍ଦେଶକୁ ଅପେକ୍ଷା କର

ନୂଆଦିଲ୍ଲୀ: ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ଷଷ୍ଠ ସମନକୁ ବି ଖାତିର କଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜ୍ରିୱାଲ ଇଡିରେ ଷଷ୍ଠଥର ପାଇଁ ହାଜର ହେବେନାହିଁ ବୋଲି ଆପ୍ ପକ୍ଷରୁ କୁହାଯାଇଛି । ଯାଞ୍ଚ ଏଜେନ୍ସି କେଜ୍ରିଓ୍ବାଲଙ୍କୁ ବାରମ୍ବାର ସମନ ପଠାଇବା ଅପେକ୍ଷା କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି ।

ତେବେ ଦିଲ୍ଲୀର ମଦ ଦୁର୍ନୀତି ଅର୍ଥ ହେରଫେର୍ ମାମଲାରେ ଇଡି କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ବାରମ୍ବାର ସମନ ପଠାଉଥିଲେ ବି ପୁଣି ଥରେ ଏହାକୁ ଏଡାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଇଡି ପକ୍ଷରୁ ଫେବ୍ରୁଆରୀ ୧୪ ତାରିଖରେ ସମନ ଜାରି କରାଯାଇଥିଲା ଏବଂ ୧୯ ଫେବ୍ରୁଆରୀରେ ହାଜର ହେବାକୁ କୁହାଯାଇଥିଲା । ଏହାପୂର୍ବରୁ ମଧ୍ୟ ଇଡି ପାଞ୍ଚଟି ସମନ ପଠାଇଥିଲା ଯାହାକୁ ମୁଖ୍ୟମନ୍ତ୍ରୀ ଅବହେଳା କରିଚାଲିଛନ୍ତି ।

ସୂଚନା ଯୋଗ୍ୟ, ଏହା ପୂର୍ବରୁ କେଜ୍ରିଓ୍ବାଲଙ୍କୁ ପ୍ରଥମ ସମନ ନଭେମ୍ବର ୨ ତାରିଖ ୨୦୨୩ ଆସିଥିଲା । ଦ୍ବିତୀୟ ସମନ ଡିସେମ୍ବର ୨୧ ତାରିଖରେ, ତୃତୀୟ ସମନ ଜାନୁଆରୀ ୩ ତାରିଖରେ, ଚତୁର୍ଥ ସମନ ଜାନୁଆରୀ ୧୮ରେ ପଞ୍ଚମ ସମନ ଫେବୃଆରୀ ୨ ତାରିଖରେ ଏହଂ ଷଷ୍ଠ ସମନ ଫେବୃଆରୀ ୧୯ ତାରିଖ ଅର୍ଥାତ୍ ଆଜି ଇଡିରେ ହାଜର ହେବାକୁ ଜାରି ହୋଇଛି ।

Comments are closed.