ନିରଞ୍ଜନ ନାୟକ
ନିଶ୍ବାସକୁ କେବେ ଭରସା ନାଇଁ
ଏଇ ଅଛି ଏଇ ନାଇଁ
ନିଶ୍ବାସ ଗଲେ ମଣିଷ ପାଲଟେ ମଢ
ତଥାପି ଅବୁଝା ଜୀବନର ଜୀଇଁବାର ମୂଲ
ଏଠି ସେଠି ସବୁଠି ଦେଖ,
ସମ୍ପର୍କର ହେଉଛି ମୃତ୍ଯୁ
ଜଳୁଛି ଅବିଶ୍ବାସର ନିଆଁ
ଯେଉଁଠି ଦେଖିବ ଖାଲି ଉଦାସର ଚିହ୍ନ
ମୁହଁମାନଙ୍କରୁ ହସ ଯାଉଛି ଉଭେଇ
ହୃଦୟ ଗାଉଛି ଦୁଃଖର ଗଜଲ
ଭାଙ୍ଗୁଛି ବାରବାର ସମ୍ପର୍କ ର ନୀଡ
ଯୋଡିବା ପାଇଁ କେହିନାହିଁ
ବୋଧହୁଏ ଭୂମିରେ ପୁନଃ
ଯୌଥ ପରିବାର ସ୍ଥାପନର
ଆବଶ୍ୟକତା ମନେହୁଏ
ଆମ ହାତପାହାନ୍ତାର ସୁଖମାନ
ଝରୁଛି ବିଷାଦର ବର୍ଷା ହୋଇ
ମାଟି ବିଷାକ୍ତ ପାଣି ପବନ ରେ ଜହର
ଦେହ ମନ ସବୁ ଆକ୍ରାନ୍ତ
ହା-ମ-ଣି-ଷ ତମଠେଇଁ ଜଳୁଛି
ନକରାତ୍ମକତାର ବହ୍ନି
ଖୋଜାପଡୁଛି ସକରାତ୍ମକ ଭାବନାକୁ
ହେଲେ ମିଳିଲେ ତ !
ଜୀବନ ବଞ୍ଚିବା ପାଇଁ
ଏଠି ତମାମ କସରତ
ସଂଘର୍ଷ ସହ ଗୁଡ଼ିଏ ସୋପାନ
ଖାଲି ଦୌଡୁଛି ବିଜ୍ଞାନ ର ନାରାଦେଇ
ଅର୍ଥ କ୍ଷମତା ପ୍ରାଚୁର୍ଯ୍ୟ ପାଇଁ
ଏବେ ଯାହା
ଭୋଗୁଛୁ ସୁଖ ପରର ଦୁଃଖ !
ମଣିଷ! ଶେଷରେ ଖୋଜୁଛି ଚେନାଏ ହସ
ପାପୁଲି ଭର୍ତ୍ତି ମମତା
ପ୍ରଶସ୍ତି ଭରା ଶାନ୍ତି
ଯନ୍ତ୍ରାନୁଗାମି ସମାଜରେ
ଏସବୁ ଏବେ ମିଳିବ କେଉଁଠୁ ଯେ !
ଟିକିରି,ରାୟଗଡା
ମୋ -: ୯୪୩୭୩୧୭୪୧୭
Comments are closed.