Latest Odisha News

ବରପଦା ଇଂଜିନିୟରିଂ କଲେଜରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ହଟେଇବା ଦାବିରେ ୧୨ ଘଣ୍ଟିଆ ବରପଦା ବନ୍ଦ

ଭଦ୍ରକ: ଆଜି ୧୨ ଘଣ୍ଟିଆ ବରପଦା ବନ୍ଦ ଡାକରା । ବରପଦା ଇଂଜିନିୟରିଂ କଲେଜରୁ ପ୍ରଫୁଲ୍ଲ ସାମଲ ପରିବାରଙ୍କୁ ବହିଷ୍କାର ଏବଂ ସରକାର ଏହାର ଦାୟିତ୍ତ୍ବ ନେବାକୁ ଦାବିକରି ୧୨ ଘଣ୍ଟିଆ ବରପଦା ଡାକରା ଦେଇଛନ୍ତି କଲେଜର କର୍ମଚାରୀ ଓ ବରପଦା ବିକାଶ ମଞ୍ଚ ।

ଏହି ବନ୍ଦ ଫଳରେ ଭଦ୍ରକ-ଆନନ୍ଦପୁର ଓ ଭଦ୍ରକ-ଆଗରପଡା ରାସ୍ତାରେ ଗାଡିଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି । ଜରୁରୀ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ଦୀର୍ଘ ଦିନ ହେବ ଭଦ୍ରକ ବରପଦା ଇଂଜିନିୟରିଂ କଲେଜରେ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କଲେଜ ଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ । ସେମାନଙ୍କ ଦାବି କେହି ନ ଶୁଣିବାରୁ ଶେଷରେ ବାଧ୍ୟ ହୋଇ ଆଜି ୫୩ ନମ୍ବର ରାଜ୍ୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି କଲେଜର କର୍ମଚାରୀ ଓ ସ୍ଥାନୀୟ ବିକାଶ ମଞ୍ଚର ଜନସାଧାରଣ ମାନେ ।

ବରପଦା ବଜାରରେ ବିଧାୟକ ପ୍ରଫୁଲ୍ଲ ସାମଲ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଫ୍ଲାପ କାର୍ଡ ଧରି ବିରୋଧ କରିବା ସହ ରାସ୍ତା ଅବରୋଧ କରିଛନ୍ତି ।

Comments are closed.