Latest Odisha News

ଦରମା ବୃଦ୍ଧି ଦାବିରେ ହାଲ୍ କର୍ମଚାରୀଙ୍କ ଧାରଣା

କେରାପୁଟ: କୋରାପୁଟ ଜିଲ୍ଲା ସୁନାବେଡା ନିକଟସ୍ଥ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲି. (ହାଲ୍)ର ଶତାଧିକ କର୍ମଚାରୀ ବେତନ ବୃଦ୍ଧି ତଥା ଅନ୍ୟାନ୍ୟ ଦାବି କରି ଆଜିଠାରୁ ଅନିଶ୍ଚିତକାଳ ଯାଏଁ ଧାରଣାରେ ବସିଛନ୍ତି ।

ଅଲ୍ ଇଣ୍ଡିଆ ଏଚଏଏଲ୍ ଟ୍ରେଡ୍ ୟୁନିୟନ୍ ଦ୍ୱାରା ଆହ୍ୱାନ କରାଯାଇଥିବା ଏହି ଆନ୍ଦୋଳନରେ ଦେଶବ୍ୟାପୀ ୨୦ ହଜାରରୁ ଅଧିକ କର୍ମଚାରୀ ସାମିଲ ହୋଇଥିବା ନେଇ ସୂଚନା ମିଳିଛି ।

ତେବେ ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଧାରଣାରତ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଦେଶର ବିଭିନ୍ନ ସରକାରୀ ଉଦ୍ୟୋଗ ମଧ୍ୟରୁ ହାଲ୍ ଅନ୍ୟତମ । ଓଡିଶାର କୋରାପୁଟ ସ୍ଥିତ ସୁନାବେଡା ବ୍ୟତିତ ବାଙ୍ଗାଲୁରୁ, ହାଇଦ୍ରାବାଦ, ଲକ୍ଷେ୍ନø, ନାସିକରେ ଏହାର ପ୍ରଡକ୍ସନ କପ୍ଲେକ୍ସ ରହିଛି ।

Comments are closed.