ମୁମ୍ବାଇ: ଫରହାନ ଅଖତାରଙ୍କ ଡନ ୩ ଫିଲ୍ମ ପାଇଁ ଷ୍ଟାର କାଷ୍ଟ ଏକପ୍ରକାର ଚୂଡାନ୍ତ ହୋଇଛି । ରଣବୀର ସିଂଙ୍କ ସହ କିଆରା ଆଡଭାନୀ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ କିଆରା ତାଙ୍କ କ୍ୟାରିୟରର ସବୁଠାରୁ ଅଧିକ ଅର୍ଥ ଏହି ଫିଲ୍ମ ବାବଦକୁ ନେଇଛନ୍ତି । ସେ ଡନ ୩ ପାଇଁ ୧୩କୋଟି ଟଙ୍କା ନେଇଥିବା ଜଣାପଡିଛି । ଅବଶ୍ୟ ମେକର୍ସ କିମ୍ବା କିଆରାଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଆସି ନାହିଁ । ହ୍ରିତିକ ରୋଶନ ଓ ଜୁନିୟର ଏନଟିଆରଙ୍କ ୱାର ୨ ଫିଲ୍ମ ତୁଳନାରେ କିଆରା ୨ଗୁଣ ଅଧିକ ପ୍ରାଇସ ଦାବୀ କରିଛନ୍ତି । ଅଗଷ୍ଟରୁ ଡନ ୩ର ଶୁଟିଂ ଆରମ୍ଭ ହେବ । ୨୦୨୫ରେ ଏହା ରିଲିଜ ହେବ ବୋଲି ଚୂଡାନ୍ତ ହୋଇଛି ।
ଡନ ଫିଲ୍ମରେ ଅଭିନୟ କରି ଅମିତାଭ ବଚ୍ଚନ ରାତାରାତି ଷ୍ଟାର ହୋଇଥିଲେ । ଏହା ପରେ ଫରହାନ ଏହି ଟାଇଟଲରେ ୨ଟି ଫିଲ୍ମ ଶାହାରୁଖ ଖାଁଙ୍କୁ ନେଇ କରିଥିଲେ । ତାହା ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ତେବେ ତୃତୀୟ ସଂସ୍କରଣରେ ସେ ଶାହାରୁଖଙ୍କ ବଦଳରେ ରଣବୀରଙ୍କୁ ନେବା ପରେ ପ୍ରଶଂସକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
Comments are closed.