ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ହେବେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ। ପୂରଣ ହେବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦବୀ। ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ନିଆଯାଇଛି ପଦକ୍ଷେପ। ଏବେ ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହା ଶେଷ ହେବା ପରେ ଏହି ୧୦ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟାର ଆରମ୍ଭ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।
ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୧୦ହଜାର କନିଷ୍ଠ ଶିକ୍ଷକ ନିୟୋଜିତ କରିବାକୁ ସ୍ଥିର ହୋଇଛି। ଏହି ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
ରାଜ୍ୟ ସରକାର ୨୦୨୩ ସେପ୍ଟେମ୍ବର ମାସରେ ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିଲେ, ଯାହା ଅଦ୍ୟାବଧି ଜାରି ରହିଛି। ରାଜ୍ୟ ସରକାର ୨୦୨୩ ସେପ୍ଟେମ୍ବର ମାସରେ ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିଲେ, ଯାହା ଅଦ୍ୟାବଧି ଜାରି ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଯୁବବର୍ଗଙ୍କୁ ଆକୃଷ୍ଟ ପାଇଁ ଏହି ଘୋଷଣା କରିଛନ୍ତି।
Comments are closed.